ଅଶ୍ଳୀଳ ଭିଡିଓ ସୁଟିଂର ହଟସ୍ପଟ୍‌ ପାଲଟିଛି ବାଲିର ‘ସିକ୍ରେଟ ପର୍ଣ୍ଣ ଭିଲା’ : କେଉଁଠି ଅଛି ତାହା ଖୋଜି ପାଉନି ପୋଲିସ

ବାଲି, ଇଣ୍ଡୋନେସିଆ: : ବିଶ୍ବର ଅନେକ ଦେଶରେ ପର୍ଣ୍ଣୋଗ୍ରାଫିକୁ ବନ୍ଦ କରାଯିବା ସହିତ ଏହାକୁ ନେଇ କଡା ଆଇନ ଲାଗୁ ହୋଇଛି । ସେମାନଙ୍କ ମଧ୍ୟରୁ ଇଣ୍ଡୋନେସିଆ ଅନ୍ୟତମ । ଇଣ୍ଡୋନେସିଆର ବାଲିରେ ପୋଲିସ ଅଧିକାରୀମାନେ ଏବେ ଏକ ଗୁପ୍ତ ‘ପର୍ଣ୍ଣ ଭିଲ୍ଲା’କୁ ଖୋଜିବାରେ ଲାଗିଛନ୍ତି । ଯେଉଁଠାରେ କୋଭିଡ ମହାମାରୀ ସମୟରେ ଅନେକ ଅଶ୍ଳୀଳ ଭିଡିଓ ସୁଟିଂ କରାଯାଇଛି ।

ଇଣ୍ଡୋନେସିଆରେ ଅଶ୍ଳୀଳ ଭିଡିଓ ସୁଟିଂ କରିବା କିମ୍ବା ଭାଇରାଲ କରିବାକୁ ନେଇ କଠୋର ନିୟମ ରହିଛି। ନିୟମ ଉଲ୍ଲଂଘନ କଲେ ଅପରାଧୀକୁ କଠୋର ଦଣ୍ଡ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ସହିତ ଦଣ୍ଡିତ କରାଯାଏ । ନିକଟରେ, ଋଷର ‘ପର୍ଣ୍ଣ ଷ୍ଟାର’ ଭେରୋନିକା ତ୍ରୋସିନା ତାଙ୍କ ପ୍ରେମିକ ମିଖାଇଲ ମୋରୋଜୋଭଙ୍କ ସହ ବାଲିର ଏକ ପାହାଡିଆ ଅଞ୍ଚଳରେ ସେକ୍ସ ଭିଡିଓ ସୁଟିଂ କରି ସମାଲୋଚନାର ଶିକାର ହୋଇଥିଲେ । ବାସ୍ତବରେ, ତ୍ରୋସିନାଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ସ୍ଥାନୀୟ ପୋଲିସ ଏହି ପର୍ଣ୍ଣୋଗ୍ରାଫି ହଟସ୍ପଟ୍ ବିଷୟରେ ଜାଣିବାକୁ ପାଇଲା। ବାଲି ବିଶ୍ୱର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅନ୍ୟତମ | ୨୦୨୦ରେ ମହାମାରୀ ସମୟରେ ବହୁ ପର୍ଯ୍ୟଟକ ଏବଂ ଫିଲ୍ମ ଷ୍ଟାର ଏଠାକୁ ଆସି ସମୟ ଅତିବାହିତ କରିଛନ୍ତି ।

ସେମାନଙ୍କ ମଧ୍ୟରୁ ଅନେକଙ୍କୁ ପର୍ଣ୍ଣୋଗ୍ରାଫି ଭିଡିଓ ସୁଟିଂ କରାଯିବାକୁ ନେଇ ସେଠାରୁ ବିତାଡିତ କରାଯାଇଥିଲା। ଦେଶରେ ପର୍ଣ୍ଣୋଗ୍ରାଫି ନିୟମ ଉଲ୍ଲଂଘନକାରୀମାନେ କଠୋର ଦଣ୍ଡ ମିଳିବା ସହିତ ଜେଲ ଦ‌ଣ୍ଡାଦେଶ ହୋଇଥାଏ । ଗତ ମେ ମାସରେ ସ୍ଥାନୀୟ ସଂସ୍କୃତିକୁ ଅସମ୍ମାନ କରିବା ଅଭିଯୋଗରେ ଜଣେ କାନାଡୀୟ ପର୍ଯ୍ୟଟକଙ୍କୁ ଦେଶରୁ ବିତାଡିତ କରାଯାଇଥିଲା ।

ବାଲି ପର୍ଣ୍ଣ ଭିଲ୍ଲା କେଉଁଠାରେ ଅଛି?

ଟିକଟକରେ ଏହି ‘ପର୍ଣ୍ଣ ଭିଲ୍ଲା’ ବାବଦରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ କ୍ୟାପସନ୍ ଲେଖାଯାଇଥିଲା – “ପର୍ଣ୍ଣ ଭିଲ୍ଲାକୁ ସ୍ୱାଗତ ।” ଭିଡିଓରେ ଥିବା ଅଧିକାଂଶ ପର୍ଣ୍ଣଷ୍ଟାର ଛୋଟ ପୋଷାକ ପିନ୍ଧିଥିବା ଏବଂ ସମସ୍ତେ ବିଦେଶୀ ବୋଲି ଜଣାପଡିଥିଲା । ଏହି ଭାଇରାଲ ଭିଡିଓକୁ ଇଣ୍ଡୋନେସିଆ ଗଣମାଧ୍ୟମରେ ‘ସେକ୍ସ ପାର୍ଟି’ ବୋଲି କୁହାଯାଇଥିଲା। ଏହା ପରେ ପୋଲିସ, ପର୍ଣ୍ଣ ଭିଲ୍ଲାର ମାଲିକକୁ ଖୋଜିବା ଆରମ୍ଭ କରିଥିଲା । ଅନେକଥର ସେଠାରେ ଚଢାଉପରେ ବି ଉକ୍ତ ମାଲିକକୁ ଧରିବାରେ ସେଠାକାର ପୋଲିସ ବିଫଳ ହୋଇଛି ।

Leave A Reply

Your email address will not be published.