ଭାଉଜଙ୍କୁ ଏକ ତରଫା ପ୍ରେମ: ଯୁବକଙ୍କୁ ଛୁରୀ ଭୂଷି ହତ୍ୟା

ଭାଉଜଙ୍କୁ ଏକ ତରଫା ପ୍ରେମ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ନିଜ ସ୍ତ୍ରୀ ନିକଟକୁ ଆସୁଥିବା ଅଶ୍ଳୀଳ ମେସେଜକୁ ବିରୋଧ କରିବା ସହ ରାସ୍ତାରେ ଗୋଡାଇ ଛୁରୀ ଭୁଷି ଭାଇର ଜୀବନ ନେଲା ଜଣେ ସମ୍ପର୍କୀୟ ଭାଇ । ଘଟଣାଟି ରାଜଧାନୀ ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ମଝିହରା ମହଲା ସାହିରେ ଘଟିଛି । ମୃତକ ଜଣକ ହେଉଛନ୍ତି ଅକ୍ଷୟ ମାଝି । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ବାଲିପାଟଣା ଥାନା ମଝିହରା ମହଲା ସାହିରେ ରହୁଥିବା ଅକ୍ଷୟ ମାଝୀଙ୍କ ଜଣେ ସମ୍ପର୍କୀୟ ଭାଇ ଦିଲୁ ତାଙ୍କ ପତ୍ନୀଙ୍କୁ ପ୍ରେମ ନିବେଦନ କରିବା ସହ ଅଶ୍ଳୀଳ ମେସେଜ ପଠାଉଥିଲେ । ଅକ୍ଷୟଙ୍କ ପତ୍ନୀ ଏନେଇ ସ୍ୱାମୀ ତଥା ପରିବାର ଲୋକଙ୍କୁ ଜଣାଇଥିଲେ । ଏନେଇ ଅକ୍ଷୟ କିଛିଦିନ ତଳେ ଦିଲୁଙ୍କୁ ପଚାରିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏପରିକି ବାଳକାଟି ବଜାରରେ ଦିଲୁ ଅକ୍ଷୟଙ୍କୁ ଗୋଡ଼ାଇ ଗୋଡାଇ ମାଡ ମାରିଥିଲା । ବାଳକାଟି ଫାଣ୍ଡିରେ ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ଉପସ୍ଥିତିରେ ଘଟଣାର ଆପୋଷ ସମାଧାନ ହୋଇଥିଲା । ଉଭୟ ପକ୍ଷ ପରସ୍ପର ସହ କୌଣସି ସମ୍ପର୍କ ରଖିବେନି ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ମାତ୍ର ଗତକାଲି ରାତିରେ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଅକ୍ଷୟ ନୂଆ ସାହି ଗ୍ରାମରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରିବାର ଲୋକେ ଖବର ପାଇ ତୁରନ୍ତ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଆଜି ସକାଳୁ ତାଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୪ରୁ ଊର୍ଦ୍ଧ୍ୱ ଯୁବକ ଠେଙ୍ଗା, ବାଡିରେ ଗୋଡାଇ ଗୋଡାଇ ପିଟିବା ସହ ପେଟରେ ଛୁରି ଭୁଷି ଦେଇଥିବା ମୃତ୍ୟୁ ପୂର୍ବରୁ ଅକ୍ଷୟ ପୁଲିସ ସମ୍ମୁଖରେ କହିଥିଲେ । ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ଦୁଇ ଜଣଙ୍କୁ ଅଟକ ରଖିଥିବା ବେଳେ ଦିଲୁଙ୍କ ପତ୍ତା ପାଇ ପାରୁନି ।

ଅପରପକ୍ଷେ, ସାମାନ୍ୟ କଥାକୁ ନେଇ ଅକ୍ଷୟଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯିବ ଘଟଣାକୁ ତାଙ୍କ ପରିବାର ଲୋକେ ସହଜେ ଗ୍ରହଣ କରି ପାରୁ ନାହାନ୍ତି । ପୂର୍ବ ବିବାଦକୁ ନେଇ ଦିଲ୍ଲୁ ହିଁ ତାଙ୍କୁ ହତ୍ୟା କରିଥିବା ଅକ୍ଷୟଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.