ଦୁଇ କୁଖ୍ୟାତ ଅପରାଧୀ ଗିରଫ, ବନ୍ଧୁକ ଓ ଗୁଳି ଜବତ

ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସ ଅପରାଧ ଉପରେ ଜିରୋ ଟଲେରାନ୍ସ ନୀତି ଆପଣାଇଛି । ନିଶା କାରବାର ଉପରେ ରୋକ ଲଗାଇଥିବା ବେଳେ ଏବେ ଚୋରା ବନ୍ଧୁକ କାରବାର କରୁଥିବା ଦୁଇ ଅପରାଧୀକୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଖଣ୍ଡଗିରି ସରକନ୍ତରାରେ ରହୁଥିବା ସୁରଜ ପରିଡା ଓ ବାଲେଶ୍ୱର ସୋର ଅଞ୍ଚଳର ତପୁଧରା ନାୟକ । ପୁଲିସ ଏମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ପୋଲିସ ସୂଚନା ଅନୁସାରେ, ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ଭାବେ ପରିଚାଳନା କରିବା ଲାଗି କମିଶନରେଟ ପୋଲିସ ଉଦ୍ୟମ ଚଳାଇଛି । ଏହି କ୍ରମରେ ହାର୍ଡକୋର ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରି ଚଢାଉକୁ ଜୋରଦାର କରିଛି । ଏହି କ୍ରମରେ ଗତକାଲି ରାତିରେ ହଂସପାଲ, ସରକନ୍ତରା ଓ ତମାଣ୍ଡୋରେ ସ୍ପେଶାଲ କ୍ରାଇମ ୟୁନିଟ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉ ବେଳେ ପୋଲିସ ଦୁଇ କୁଖ୍ୟାତ ଅପରାଧୀଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ସେମାନଙ୍କ ଠାରୁ ପୋଲିସ ଗୋଟିଏ ୯ଏମଏମ୍‌, ୪ଟା ୭.୬୫ ଏମଏମ ବନ୍ଧୁକ ଜବତ କରିଛି । ଏଥିସହିତ ୨୪ଟି ଜୀବନ୍ତ ଗୁଳି ଓ ଦୁଇଟି ବାଇକ ମଧ୍ୟ ଜବତ କରାଯାଇଛି ।

ଜେରା ବେଳେ ଏମାନେ ଚୋରା ବନ୍ଧୁକଗୁଡିକ ବିହାରର ମୁଙ୍ଗେରରୁ ଆଣିଥିବା ସ୍ୱିକାର କରିଥିଲେ । ପୋଲିସ ଏମାନଙ୍କୁ ଗିରଫ କରିବା ସହ ଅଧିକ ପଚରାଉଚରା କରୁଛି । ଏହି ଗ୍ୟାଙ୍ଗରେ ଆଉ କିଏ ସାମିଲ ଅଛନ୍ତି, ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.