୫୦ ହଜାର ଟଙ୍କା ନେଇ ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । ୫୦ ହଜାର ଟଙ୍କା ନେଇ ଧରାପଡ଼ିଲେ ଖୋର୍ଦ୍ଧା ବ୍ଲକର ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ର । ଏମପି ଲ୍ୟାଡ ପ୍ରକଳ୍ପ ପାଇଁ ପିସି ନେଉଥିବା ବେଳେ ଖୋର୍ଦ୍ଧା ଭିଜିଲାନ୍ସ ଟିମ ତାଙ୍କୁ ଧରିଛି । ଏମପି ଲ୍ୟାଡ଼ ପ୍ରକଳ୍ପ ପାଇଁ ଜଣେ ଠିକାଦାରଙ୍କୁ ୧୦ ପ୍ରତିଶତ ପିସି ମାଗିଥିଲେ । ୧୮ ଲକ୍ଷ ଟଙ୍କାର ଏହି କାମର ପିସି ବାବଦରେ ଆଗରୁ ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ର ଠିକାଦାରଙ୍କଠାରୁ ୧ ଲକ୍ଷ ୩୦ ହଜାର ଟଙ୍କା ନେଇସାରିଥିଲେ । ଏନେଇ ଠିକାଦାରଙ୍କ ବାପା ଶିଶିର ମଙ୍ଗରାଜ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ପୂର୍ବ ଯୋଜନା ମୁତାବକ ଆଜି ଠିକାଦାର ଅବଶିଷ୍ଟ ୫୦ ହଜାର ଟଙ୍କା ଦେବା ବେଳେ ଖୋର୍ଦ୍ଧା ଭିଜିଲାନ୍ସ ଡିଏସପି ଚନ୍ଦ୍ରକଳା ଜେନା ଓ ନୂଆଗଡ଼ ଡିଏସପି ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ଚଢ଼ଉ କରି ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ରଙ୍କୁ ଧରିଥିଲା । ତାଙ୍କଠାରୁ ୫୦ ହଜାର ଟଙ୍କା ଜବତ କରିଥିଲା ।

Leave A Reply

Your email address will not be published.