ଯବାନଙ୍କ ଗୁଳିରେ ଟପ୍ ମାଓନେତା ନିହତ, ଏକେ-୪୭ ଜବତ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌): ବରଗଡ଼ ପୋଲିସକୁ ମିଳିଲା ବଡ଼ ଧରଣର ସଫଳତା । ବରଗଡ଼ ଜିଲ୍ଲାରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟି  ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ବରଗଡ ଜିଲ୍ଲା ଘେଁସ ବନଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡ଼ ନିକଟରେ ମାଓବାଦୀ ରହିଥିବା ସୂଚନା ପାଇଥିଲା ପୋଲିସ । ଗୁରୁବାର ରାତିରେ ପୋଲିସ ଡିଭିଏଫ ଏବଂ  ଏସଓଜି ଯବାନଙ୍କ ମିଳିତ ଅପରେସନ ଆରମ୍ଭ କରିଥିଲେ । ଏହି ମିଳିତ ଅପରେସନରେ ଯବାନଙ୍କୁ ବଡ ସଫଳତା ମିଳିଥିବା ସୂଚନା ମିଳିଛି।

ଗୁଳି ବିନିମୟରେ ଜଣେ କମାଣ୍ଡର ସ୍ତରୀୟ ମାଓବାଦୀ ନିହତ ହୋଇଥିବା ଜଣାପଡିଛି।  ମାଓବାଦୀ ବ୍ୟବହାର କରୁଥିବା ଏକେ୪୭ ରାଇଫଲ୍  ମଧ୍ୟ ଜବତ କରାଯାଇଛି । ଜଙ୍ଗଲରୁ ଅପରେସନ ଟିମ୍ ନିହତ ମାଓବାଦୀଙ୍କ ମୃତଦେହ ନେଇ ଏଯାଏଁ ଫେରିନଥିବା ଜଣାପଡିଛି ।

Leave A Reply

Your email address will not be published.