ଭଗଲପୁର ଆସନରୁ ନିର୍ବାଚନ ଲଢ଼ିପାରନ୍ତି ନେହା ଶର୍ମା

ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି ବଲିଉଡ ଅଭିନେତ୍ରୀ ତଥା ମଡେଲ ନେହା ଶର୍ମା । ସେ ଭଗବଲପୁର ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିପାରନ୍ତି । ଏନେଇ ତାଙ୍କ ପିତା ଏକ ଖୁଲାସା କରିଥିବା ଦେଖିବାକୁ ମିଳିଛି । ଭଗଲପୁର ବିଧାୟତ ଅଜିତ ଶର୍ମା କହିଛନ୍ତି କି, ଯଦି ଗଠବନ୍ଧନ ଟିକେଟ ବଣ୍ଟାରେ ଏହି ଆସନରେ ସେମାନଙ୍କୁ ମିଳେ ତାହେଲେ ନେହା ପ୍ରାର୍ଥୀ ହୋଇପାରନ୍ତି । ତେବେ କଂଗ୍ରେସକୁ ଏହି ଆସନ ମିଳିବା ଦରକାର । କାହିଁକି ନାଁ ଏହା ହେଉଛି କଂଗ୍ରେସର ଗଡ଼ । ଏଣୁ ଦଳ ଯଦି ମୋ ମତ ନିଅନ୍ତି ତାହେଲେ ଏହି ଆସନରୁ ମୁଁ କିମ୍ବା ମୋ ଝିଅ ନିର୍ବାଚନ ଲଢ଼ିବୁ ବୋଲି କହିବୁ ।

ଏହାସହ ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି କି, ଏଥରକ ବିହାରରେ ଏନଡିକୁ ସଫା କରିଦେବୁ । ସେପଟେ ବିହାରରେ ଏନଡିଏର ଆସନ ବୁଝାମଣା ସରିଛି । ବିଜେପି ୧୭ ଆସନରେ ନିର୍ବାଚନ ଲଢ଼ିବାକୁ ଥିବାବେଳେ ଜେଡିୟୁ ୧୬ ଲୋକସଭା ଆସନରେ ନିର୍ବାଚନ ଲଢ଼ିବ । ଏହାସହ ସହଯୋଗି ଦଳମାନଙ୍କୁ ମଧ୍ୟ କିଛି ଆସନ ଦିଆଯାଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଯଦି ନେହା ଶର୍ମା ନିର୍ବାଚନ ଲଢ଼ନ୍ତି ତାହେଲେ ତାଙ୍କୁ ଜନତା କିଭଳି ସମର୍ଥନ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.