ନୌସେନାର ୨ ହେଲିକପ୍ଟର ମଝି ଆକାଶରେ ମୁହାଁମୁହିଁ ଦୁର୍ଘଟଣାଗ୍ରସ୍ତ, ୧୦ ଯବାନ ସହିଦ

ମଙ୍ଗଳବାର ମାଲେସିଆ ନୌସେନାର ୨ ହେଲିକପ୍ଟର ମଝି ଆକାଶରେ ମୁହାଁ ମୁହିଁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୦ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଭୟାବହ ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ମଙ୍ଗଳବାର ସକାଳେ ନୌସେନା ପକ୍ଷରୁ ସମରାଭ୍ୟାସ ଆରମ୍ଭ ହୋଇଥିଲା । ଏଥିରେ ଅନେକ ହେଲିକପ୍ଟର ଅଂଶଗ୍ରହଣ କରିଥିଲେ ।

୧୦ରୁ ଅଧିକ ହେଲିକପ୍ଟର ଆକାଶରେ ଉଡୁଥିବାବେଳେ ୨ଟି ହେଲିକପ୍ଟର ପରସ୍ପର ସହ ପିଟି ହୋଇଯାଇଥିଲେ । ଏହା ପରେ ହେଲିକପ୍ଟର ଦୁଇଟିରେ ନିଆଁ ଲାଗି ଯିବା ସହିତ ଉଭୟ ତଳକୁ ଖସିପଡ଼ିଥିଲେ । ଧକ୍କା ପରେ ଗୋଟିଏ ହେଲିକପ୍ଟର ନୌସେନା ଘାଟିର ଟ୍ରାକ୍‌ରେ ଖସିପଡ଼ିଥିବାବେଳେ ଅନ୍ୟଟି ଏକ ସୁଇମିଂ ପୁଲ୍‌ରେ ଖସିପଡ଼ିଥିଲା । ୨ଟି ଯାକ ହେଲିକପ୍ଟରରେ ମୋଟ ୧୦ ଜଣ ଯବାନ ରହିଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ହୋଇଛି ।

ମୃତଦେହଗୁଡ଼ିକୁ ଚିହ୍ନଟ କରିବା ଲାଗି ଲୁମୁଟ ସେନାଘାଟି ହସ୍ପିଟାଲକୁ ନିଆଯାଇଛି । ଦୁର୍ଘଟଣା ସମୟର ଭିଡିଓ ଏବଂ ଏହା ପରବର୍ତ୍ତୀ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଦକ୍ଷ ପାଇଲଟଙ୍କ ଯୋଗୁ ଏପରି ଦୁର୍ଘଟଣା ଘଟିଥିବା ସୋସିଆଲ ମିଡିଆରେ ମତ ପ୍ରକାଶ ପାଇଛି । ଦୁର୍ଘଟଣା ସମୟର ଭିଡିଓ ଏବଂ ଏହାର ପରବର୍ତ୍ତୀ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ କେଉଁ କାରଣରୁ ଏତେ ବଡ ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

Leave A Reply

Your email address will not be published.