ରେକର୍ଡ କହୁଛି ଏଥର ବିଜେଡିର ରେକର୍ଡ ବିଜୟ

୨୦୨୪ରେ ସାଧାରଣ ନିର୍ବାଚନରେ ତିନି ଚତୁଥାଂଶରୁ ଅଧିକ ଆସନରେ ବିଜୟୀ ହେବ ବିଜୁ ଜନତା ଦଳ । ନୂତନ ଓ ସଶକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ବିଜେଡି କାମ ଆରମ୍ଭ କରିଛି । ମହାପ୍ରଭୁ ଜଗନ୍ନାଥଙ୍କ ଆର୍ଶୀବାଦ ଓ ଓଡ଼ିଶାବାସୀଙ୍କ ଭଲପାଇବା ଦଳକୁ ବଡ଼ ସଫଳତା ଦେବ ବୋଲି ବିଜେଡି ସାଂଗଠନିକ ସମ୍ପାଦକ ଏକ୍ସରେ କହିବା ପରେ ଜୋସରେ ବିଜେଡି ନେତା ଓ କର୍ମୀ । ପଂଚାୟତ ଓ ପୌର ନିର୍ବାଚନ ପରି ୨୪ରେ ଓଡ଼ିଶାବାସୀ ବିଜେଡିକୁ ଏକ ପାଖିଆ ବିଜୟୀ କରିବେ ବୋଲି ବିଜେଡି ବିଧାୟକ ଦମ୍ଭୋକ୍ତି ପ୍ରକାଶ କରିଛନ୍ । ଯାହାକୁ ନେଇ ରାଜ୍ୟ ରାଜନୀତି ହଲଚଲ ହୋଇଛି ।

ନିର୍ବାଚନ ତାରିଖ ଘୋଷଣା ପରେ ବଢୁଛି ବିଜେଡ଼ି ଶକ୍ତି । ଉଭୟ ବିଧାନସଭା ଓ ଲୋକସଭା ଆସନରେ ଦଳ ରେକର୍ଡ଼ ସଂଖ୍ୟକ ଆସନରେ ବିଜୟୀ ହେବାନେଇ  ବିଜେଡ଼ି ସାଂଗଠନିକ ସମ୍ପାଦକ  ପ୍ରଣବ ପ୍ରକାଶ ଦାସ ସୋସିଆଲ ମିଡ଼ିଆ ଏକ୍ସରେ ଦମ୍ଭୋକ୍ତି ପ୍ରକାଶ କରିବା ପରେ ଉଷ୍ମ ହୋଇଛି ରାଜ୍ୟ ରାଜନୀତି । ବିଜେଡ଼ି ୧୪୭ ବିଧାନସଭା ଓ ୨୧ ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦିତା କରି ଓଡ଼ିଶାବାସୀଙ୍କ ସମର୍ଥନରେ ୨୦୨୪ରେ ତିନି ଚତୁଥାଂଶରୁ ଅଧିକ ଆସନରେ ବିଜୟୀ ହେବାନେଇ ଦୋହରାଇଛି ଦଳ । ସାଢେ ଚାରିକୋଟି ଓଡ଼ିଆଙ୍କୁ ନିଜର ପରିବାର ଭାବେ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଯେଉଁସବୁ ଯୋଜନା କରିଛନ୍ତି ତାହା ଦଳକୁ ବଡ଼ ବିଜୟ ଭେଟିଦେବ  ବୋଲି ବିଧାୟକମାନେ କହିଛନ୍ତି । ଏଥର ବିଜେଡି ଏକାକୀ ନିର୍ବାଚନ ଲଢି ୧୨୮ ବିଧାନସଭା ଓ ୧୮ ଲୋକସଭା ଆସନ ଦଖଲ କରିବ ବୋଲି ନେତାଏ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ଓଡ଼ିଶାରେ ବିଜେଡି ଏକମାତ୍ର ଦଳ ଯିଏ ଓଡ଼ିଶାର  ସ୍ବାର୍ଥ ଓ ଓଡ଼ିଶାର ପ୍ରଗତିକୁ ପ୍ରାଥମିକତା ଦେଇଛି । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁନ୍ଦୁଲି କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନରେ ପଂଚାୟତ ଓ ପୌର ନିର୍ବାଚନ ଫଳାଫଳ ପରି ଏକପାଖିଆ ବିଜେଡିକୁ ବିଜୟୀ କରିବା ପାଇଁ ଓଡ଼ିଶାବାସୀ ମନ୍ତସ୍ଥ କରିଛନ୍ତି  । ୨୦୧୯ରେ ୪୪.୭୧ ଭୋଟ ସହ ୧୧୨ ସିଟ୍ ପାଇଥିଲା ବିଜେଡି । ୨୦୧୯ପରେ ହୋଇଥିବା ୮ଟି ଉପନିର୍ବାଚନରେ କେବଳ ଧାମନଗରକୁ ଛାଡି ଅନ୍ୟ ୭ଟିରେ ଦଳ ବିଜୟୀ ହୋଇଛି। ଏପରିକି ବିଜେପି ଜିତିଥିବା ବାଲେଶ୍ୱର ସଦର ଆସନକୁ ଉପନିର୍ବାଚନରେ ନିଜ ଖାତାକୁ ଆଣିପାରିଥିଲା ବିଜୁ ଜନତା ଦଳ । ରାଜ୍ୟରେ ପଞ୍ଚାୟତସ୍ତରରେ ଉପନିର୍ବାଚନରେ ବି ବିଜେଡି ସମର୍ଥିତ ପ୍ରାର୍ଥୀ‌ ବିଜୟୀ ହୋଇଛନ୍ତି ।‌ ରାଜ୍ୟର ଏହି ରାଜନୈତିକ ଅଙ୍କ କହୁଛି ୨୪ରେ ବିଜେଡିର ବୃହତ ବିଜୟ ସୁନିଶ୍ଚିତ ।

୨୦୨୪ ନିର୍ବାଚନରେ ବିଜେଡି ପୁଣି କ୍ଷମତା ଦଖଲ କରିବା ସହ ନବୀନ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ ଦେଶର ରାଜନୀତିରେ ରେକର୍ଡ଼ କରିବେ ବୋଲି ବିଭିନ୍ନ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି । ପଞ୍ଚାୟତ ନିର୍ବାଚନ କହିଛି, ପୈାର ନିର୍ବାଚନ ସଂକେତ ଦେଇଛି  ଓଡିଶାରେ ବିଜୁ ଜନତା ଦଳ ଅର୍ଥାତ୍ ବିଜେଡି ପ୍ରତି ଲୋକଙ୍କର ଅହେତୁକ ଆଶୀର୍ବାଦ ରହିଛି । ନଜର ପକାନ୍ତୁ ଓଡ଼ିଶାବାସୀଙ୍କ ରାୟ ଉପରେ । ତଥ୍ୟ କହୁଛି ୨୦୨୨ ପଂଚାୟତ ନିର୍ବାଚନରେ ବିଜେଡି ୫୨ ପ୍ରତିଶତରୁ ଅଧିକ ଭୋଟ ସାଙ୍ଗକୁ ୩୦ରୁ ୩୦ ଜିଲ୍ଲା ପରିଷଦ ଗଠନ କରିଛି । ୮୫୩ ଜିଲ୍ଲା ପରିଷଦରୁ ବିଜୁ ଜନତା ଦଳ ଏକାକି ୭୬୬ ଆସନରେ ବିଜୟୀ ହୋଇଥିଲା। ସେହି ଅନୁପାତରେ ବ୍ଲକ ଅଧ୍ୟକ୍ଷ ଓ ସରପଞ୍ଚ ପଦବୀରେ ବି ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ଗତ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ୧ କୋଟି ୧୦ ଲକ୍ଷ ୮୯ ହଜାର ୭୧୨ ଖଣ୍ଡ ଭୋଟ୍‌ ପାଇଥିଲା । ଯାହାକି ୨୦୧୯ ସାଧାରଣ ନିର୍ବାଚନରେ ମିଳିଥିବା ୧ କୋଟି ୪ ଲକ୍ଷ ୭୫ ହଜାର ୬୯୭ ଖଣ୍ଡ ଭୋଟଠାରୁ ପ୍ରାୟ ୬ଲକ୍ଷ ଅଧିକ। ଅର୍ଥାତ ବିଜେଡିର ଲୋକପ୍ରିୟତା ଦୃତ ହାରରେ ବୃଦ୍ଧି ପାଉଛି । ପୈାରାଞ୍ଚଳରେ ୮୦ ପ୍ରତିଶତ ଆସନ ଜିତିଥିଲା ବିଜେଡି । ଏପରିକି ପଞ୍ଚାୟତ, ପୈାର ନିର୍ବାଚନ ପରେ ରାଜ୍ୟରେ ଆସିଥିବା ଅଦ୍ଭୁତପୂର୍ବ ରୂପାନ୍ତରଣ ଦଳକୁ ଆହୁରି ଅଧିକ ଲୋକପ୍ରିୟ କରିଛି । ଏଣୁ ୨୦୨୪ରେ ଆହୁରି ଅଧିକ ଜନସମର୍ଥନ ସହ ବଡ ବ୍ୟବଧାନରେ ବିଜୟ ନେଇ ବିଜେଡିର ପଲ୍ଲା ଏକଦମ ଭାରି ରହିଛି। ୨୦୨୪ ବିଜୟ ପଥ ପୂରା ପରିସ୍କାର ରହିଛି । ଏଭଳି ସ୍ଥିତିରେ ବିଜେଡିକୁ ଷଷ୍ଠ ଥର ସରକାର ଗଠନ ପାଇଁ ବିଜେପିର କୈାଣସି ସହାୟତା ଆବଶ୍ୟକ ନାହିଁ । ଅର୍ଥାତ ରାଜ୍ୟରେ ସରକାର ଗଠନ ପାଇଁ ବିଜେଡି ମେଣ୍ଟର ଆବଶ୍ୟକତା କରୁନି ବୋଲି ଦଳ କହିଛି ।

Leave A Reply

Your email address will not be published.