ଜାତିସଂଘ ସଂସ୍ଥାକୁ ଭାରତର ୮ ଲକ୍ଷ ଡଲାର ଅନୁଦାନ

ନ୍ୟୁୟର୍କ : ବିଶ୍ୱର ବିଭିନ୍ନ ପ୍ରାନ୍ତରେ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଭାରତ ପକ୍ଷରୁ ଜାତିସଂଘକୁ ୮ ଲକ୍ଷ ଡଲାର ଅନୁଦାନ ଦିଆଯାଇଛି । ଜାତିସଂଘରେ ଅବସ୍ଥାପିତ ଭାରତର ଡେପୁଟୀ ସ୍ଥାୟୀ ପ୍ରତିନିଧି ଆର.ରବୀନ୍ଦ୍ରନ ଏହି ପରିମାଣର ଚେକ୍‌କୁ ଜାତିସଂଘ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି ।

ଜାତିସଂଘର କାର୍ଯ୍ୟ ସମ୍ପର୍କିତ ସମସ୍ତ ସୂଚନାକୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ହିନ୍ଦୀ ଭାଷାଭାଷୀ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ୨୦୧୮ରେ ଭାରତ ପକ୍ଷରୁ ଏକ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା ।

Leave A Reply

Your email address will not be published.