ବିଦେଶ ଯାତ୍ରା ପାଇଁ ଜ୍ୟାକ୍ଲିନ ଅଦାଲତଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ : କୁଖ୍ୟାତ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କ ରଖିଥିବାରୁ ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍ ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ତଦନ୍ତ ଜାଲରେ ରହିଛନ୍ତି । ଇଡିଙ୍କ ପକ୍ଷରୁ ଜ୍ୟାକ୍‌ଲିନଙ୍କ ୨୭ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବାବେଳେ ବିଦେଶ ଯାତ୍ରା ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଆବୁଧାବିରେ ଅନୁଷ୍ଠିତ ହେବାକୁ ଥିବା ଆଇଫା ପୁରସ୍କାର ସମାରୋହରେ ଯୋଗଦେବା ପାଇଁ ବିଦେଶ ଯାତ୍ରା କରିବାକୁ ଜ୍ୟାକ୍‌ଲିନ ଦିଲ୍ଲୀର ଗୋଟିଏ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୧୫ ଦିନର ବିଦେଶ ଯାତ୍ରା ପାଇଁ ଅନୁମତି ଦେବାକୁ ଜ୍ୟାକ୍‌ଲିନ ଆବେଦନରେ ଉଲ୍ଲେଖ କରିଛନ୍ତି । କେବଳ ଜ୍ୟାକ୍‌ଲିନ୍ ନୁହନ୍ତି, ବଲିଉଡ୍‌ର ଏକାଧିକ ଅଭିନେତ୍ରୀ ସୁକେଶଙ୍କ ଜାଲରେ ପଡିଥିବା ତଦନ୍ତରୁ ଜଣାପଡିଛି ।

Leave A Reply

Your email address will not be published.