ମେସେଜ୍‌ ପଠାଇ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର

ନୂଆଦିଲ୍ଲୀ: ମେସେଜ୍‌ ପଠାଇ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି କିଛି ଘଟିଛି ଆମେରିକାର ଜଣେ ମହିଳାଙ୍କ ସହ । ଜଣେ ବ୍ୟକ୍ତି ଦୀର୍ଘ ତିନିବର୍ଷ ଧରି ମହିଳା ଜଣଙ୍କୁ ମାସିକ ଲକ୍ଷାଧିକ ଟଙ୍କା କେବଳ ମେସେଜ୍‌ ପାଇଁ ଦେଇଛନ୍ତି । ଏକଥା ଟିକଟିକ୍‌ ଭିଡିଓ ମାଧ୍ୟମରେ ଖୁଲାସା କରିଛନ୍ତି ମହିଳା ଜଣଙ୍କ ।

ଖବର ଅନୁସାରେ, ଆମେରିକାରେ ରହୁଥିବା ମହିଳା ଜଣଙ୍କ ନାମ ବେଲି ହଣ୍ଟର । ସେ ସ୍ଥାନୀୟ ଏକ ରେଷ୍ଟୁରାଣ୍ଟ ବୁଫାଲୋ ୱାଇଲ୍ଡ ୱିଙ୍ଗ୍ସରେ ୱେଟର୍ସ ଭାବେ କାମ କରନ୍ତି । ଥରେ ଜଣେ ବ୍ୟକ୍ତି ତାଙ୍କଠାରୁ କମ୍‌ ବୟସର ଜଣେ ମହିଳାଙ୍କ ସହ ଡିନର କରିବାକୁ ଆସିଥିଲେ । ଆଉ ୱେଟର୍ସ ବେଲି ତାଙ୍କୁ ଡିନର ସର୍ଭ କରିଥିଲେ । ବିଲ୍‌ ୨୯୦୦ ଟଙ୍କା ହୋଇଥିବା ବେଳେ ବ୍ୟକ୍ତି ଜଣଙ୍କ ଟିପ୍ସ ବାବଦରେ ୭ ହଜାର ୪୦୦ ଟଙ୍କା ଦେଇଥିଲେ । ମୋଟା ଅଙ୍କର ଟିପ୍ସ ସହ ଭିଜିଟିଂ କାର୍ଡ ବି ଦେଇଥିଲେ ।

ଆଉ ବେଲି ଧନ୍ୟବାଦ ଜଣାଇବା ପାଇଁ ଭିଜିଟିଂ କାର୍ଡରେ ଥିବା ନମ୍ବରରେ ମେସେଜ୍‌ କରିଥିଲେ । ଆଉ ମେସେଜ୍‌ ପାଇଁ ବ୍ୟକ୍ତି ଜଣଙ୍କ ଲେଖିଥିଲେ- ତୁମେ ନିଆରା, ତୁମେ ଟିପ୍ସ ପାଇବାକୁ ଯୋଗ୍ୟ । ତୁମେ ଆଉ କେବେ ଡିନର ସର୍ଭ କରିବ ? ମୁଁ ଆସିବି ।

ଆଉ କିଛି ଟଙ୍କା କମାଇବାର ଆଶାରେ ବେଲି କହିଥିଲେ, ମୁଁ ଆଗକୁ ବି ୱେଟର୍ସ କାମ କରୁଥିବି । ଏହି ପ୍ରକାରେ ବ୍ୟକ୍ତି ଜଣଙ୍କ ସହ ବେଲିଙ୍କ ଭାବବିନୋଦନ ବଢ଼ି ଚାଲିଥିଲା । ଆଉ ବ୍ୟକ୍ତି ଜଣଙ୍କ ବେଲିକୁ କହିଥିଲେ, ଯେବେ ବି ମେସେଜ୍‌ କରିବେ ସାଙ୍ଗ ଭଳି । ଉଭୟ ଏକ ମେସେଜିଂ ଆପରେ କଥା ହେବାକୁ ଲାଗିଲେ । ବ୍ୟକ୍ତି ଜଣଙ୍କ ନିୟମିତ କଥା ହେବା ସହ ଟଙ୍କା ଦେଉଥିଲେ ।

ବେଲି ହଣ୍ଟରଙ୍କ ଆର୍ଥିକ ସ୍ଥିତି ନେଇ ଅବଗତ ହେବା ପରେ ବ୍ୟକ୍ତି ଜଣଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ । ଏପରିକି ବେଲିଙ୍କୁ ନଜଣାଇ ବ୍‌ଯକ୍ତି ଜଣଙ୍କ ଟଙ୍କା ପଠାଉଥିଲେ । ଏଭଳି ଭାବେ ୩ ବର୍ଷ ଧରି ବେଲିଙ୍କ ଆକାଉଣ୍ଟକୁ ଟଙ୍କା ଆସୁଥିଲା । ଆଉ ସେହି ଟଙ୍କାରେ ବେଲି ସପିଂ କରୁଥିଲେ । ଅନେକ ସମୟରେ ଦାମୀ ଗିଫ୍ଟ ବି ବ୍ୟକ୍ତି ଜଣଙ୍କ ବେଲିଙ୍କୁ ଦେଉଥିଲେ ।

Leave A Reply

Your email address will not be published.