ଦ୍ୱିତୀୟ ଦିନିକିଆରେ ଭାରତ ପରାସ୍ତ : ୨-୦ରେ ସିିରିଜ ଜିତିଲା ଦକ୍ଷିଣ ଆଫ୍ରିକା

କେପଟାଉନ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆରେ ୭ ୱିକେଟରେ ପରାସ୍ତ ହୋଇଛି ଟିମ୍‌ ଇଣ୍ଡିଆ । ଟେଷ୍ଟ ପରେ ଏବେ ଦିନିକିଆ ସିରିଜ୍‌ ବି ହାତରୁ ଗଲା । ଟେଷ୍ଟ ସିରିଜ୍‌କୁ ୨-୧ରେ ହାରିବା ପରେ ୩ ଟିକିଆ ଦିନିକିଆ ସିରିଜ୍‌କୁ ୨-୦ରେ ହାରି ସିରିଜ୍‌ ହାତଛଡା କରିଛି ଭାରତ ।

ଦ୍ୱିତୀୟ ଦିନିକିଆରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୨୮୭ ରନ ସଂଗ୍ରହ କରିଥିଲା । ଜବାବରେ ଘରୋଇ ଦକ୍ଷିଣ ଆଫ୍ରିକା ୪୮ ଓବର ଗୋଟିଏ ବଲ୍‌ରେ ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ୨୮୮ ରନ ସଂଗ୍ରହ କରିନେଇଥିଲା । ଡି କକ୍‌ ବ୍ୟକ୍ତିଗତ ୭୮ ରନ କରି ଆଉଟ ହୋଇଥିବା ବେଳେ ମଲାନ୍‌ ୯୧ ରନ କରି ଆଉଟ ହୋଇଥିଲେ ।

ଭାରତ ପକ୍ଷରୁ ଅଧିନାୟକ ଲୋକେସ ରାହୁଲ ଏବଂ ଋଷଭ ପନ୍ତଙ୍କ ଦମଦାର ଅର୍ଦ୍ଧଶତକ ବଳରେ ସାଉଥ୍‌ ଆଫ୍ରିକାକୁ ବଡ ଟାର୍ଗେଟ୍‌ ଦେଇଥିଲା ଭାରତ । ଶାର୍‌ଦ୍ଦୁଲ ଠାକୁରଙ୍କ ଜବରଦସ୍ତ ଇନିଂସ ଦଳ ପାଇଁ ବେଶ୍‌ ସହାୟକ ହୋଇଥିଲା । ହେଲେ ସାଉଥ ଆଫ୍ରିକା ଚମତ୍କାର ପ୍ରଦର୍ଶନ କରି ମ୍ୟାଚ୍‌କୁ ହାତେଇ ନେଇଥିଲା ।

Leave A Reply

Your email address will not be published.