ସାଇବର ଲୁଟେରାଙ୍କ କବଳରେ ପୋଲିସ ଅଧିକାରୀଙ୍କ ପତ୍ନୀ, ୪୯ ହଜାର ଟଙ୍କା ଲୁଟିନେଲେ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ପୁଣି ସାଇବର ଲୁଟେରାଙ୍କ କଳା କାରନାମା । ସାଇବର ଅପରାଧିଙ୍କ ଚକ୍ରବ୍ୟୁହରେ ଫଶିଛନ୍ତି ଜରେ ପୋଲିସ ଅଧିକାରୀଙ୍କ ପତ୍ନି । ଏହି ଠକଙ୍କ ଟାର୍ଗେଟରେ ଏବେ ପୋଲିସ ପରିବାର ସଦସ୍ୟ । କ୍ରେଡିଟ କାର୍ଡ ଆକ୍ଟିଭ କରେଇ ଦେବାକୁ କହି ୪୯ ହଜାର ଟଙ୍କା ଚୂନ ଲଗାଇଛି ଠକ । ସୂଚନା ମୁତାବକ ଠକେଇର ଶିକାର ହୋଇଛନ୍ତି ରାଜ୍ୟ କ୍ରାଇମ ବ୍ୟୁରୋରେ କାର୍ଯ୍ୟରତ ଏଏସଆଇ ବିଜୟ ମହାଳିକଙ୍କ ପତ୍ନୀ ।

ସାଇବର ଠକ ଚାଲରେ ପଡିଯାଇଥିଲେ ପୋଲିସ ଅଧିକାରୀଙ୍କ ପତ୍ନୀ । କ୍ରେଡିଟ କାର୍ଡ ଆକ୍ଟିଭ କରାଇବା ନେଇ ଏଏସଆଇଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ଯାଇଥିବା ଟଙ୍କା ସମ୍ପର୍କରେ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.