ଜାମ୍ମୁ କଶ୍ମୀରରେ ଏନ୍‌କାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କବାଦୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କବାଦୀ । ଗତକାଲି ବିଳମ୍ବିତ ରାତିରେ ଉତ୍ତର କଶ୍ମୀରର ଗୁଣ୍ଡବ୍ରଥ ଅଞ୍ଚଳରେ ଏନ୍‌କାଉଣ୍ଟର ହୋଇଥିଲା । ଏଥିରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଜାମ୍ମୁ-କାଶ୍ମୀର ପୋଲିସର କହିବା ଅନୁଯାୟୀ ଗତକାଲି ପ୍ରଥମେ ଜଣେ ଆତଙ୍କବାଦୀଙ୍କୁ ପୋଲିସ ଏନ୍‌କାଉଣ୍ଟର କରିଥିଲା । ପରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ତିନି ଆତଙ୍କବାଦୀଙ୍କ ମଧ୍ୟରେ କୁଖ୍ୟାତ ଆତଙ୍କବାଦୀ ମୁଦାସିର ମୃତ୍ୟୁ ହୋଇଥିବା କହିଛି ଜାମ୍ମୁ-କାଶ୍ମୀର ପୋଲିସ । ମୁଦାସିରକୁ ଧରିବା ପାଇଁ ୧୦ଲକ୍ଷ ଟଙ୍କାର ରାଶି ଘୋଷଣା କରାଯାଇଥିଲା । ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

Leave A Reply

Your email address will not be published.