ଶିଶୁକୁ ଉଦ୍ଧାର କରିବାକୁ ଯାଇ ବାଳକର ମୃତ୍ୟୁ

ଅନୁଗୁଳ: (ଏସ. ନ୍ୟୁଜ୍‌):  ଛେଣ୍ଡିପଦା ଥାନା ଶିମିଳିପାଳ ଗାଁରେ ଅଭାବନୀୟ ଘଟଣା । କୂଅରେ ପଡ଼ିଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ଜଣଙ୍କର ମୃତ୍ୟୁ ହୋଇଛି । ଗାଁ ମୁଣ୍ଡରେ ଥିବା ଏକ କୂଅରେ ଶିବ ପ୍ରଧାନଙ୍କ ୩ ବର୍ଷର ଶିଶୁ ପୁଅ ଖସି ପଡିଥିଲା । ଶିଶୁଟି ଖସି ପଡିବା ଦେଖି ପାଖରେ ଥିବା ଆଉ ଜଣେ ବାଳକ ତାଙ୍କୁ ଉଦ୍ଧାର କରିବାକୁ କୂଅକୁ ଡେଇଁ ପଡିଥିଲେ । ଉଭୟଙ୍କ ଚିତ୍କାର ଶୁଣି ଗାଁର ପ୍ରଦୀପ ପଧାନ , ଶୁକ୍ରୁ ପଧାନ ଓ ଦୀପ ପ୍ରଧାନ କୂଅରେ ପଶି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ଶୁକ୍ରୁ ଓ ଦୀପ ଉପରକୁ ଉଠି ଆସିଥିଲେ ମଧ୍ୟ ପ୍ରଦୀପ ବାହାରି ପାରିନଥିଲେ । ଶ୍ଵାସରୁଦ୍ଧ ହୋଇ କୂଅ ଭିତରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଶିଶୁଟିକୁ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.