କୋଭିଡ୍‌ ୱାର୍ଡରେ ପତ୍ନୀ, ୫ ଦିନର ଛୁଆକୁ ଧରି ବାହାରେ ସ୍ବାମୀ : ଚିକିତ୍ସାଧୀନ ଥାଇ ଓ୍ୱାର୍ଡବୟ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ

ହାଇଦ୍ରାବାଦ : ତେଲେଙ୍ଗାନାର ହାଇଦ୍ରାବାଦରୁ କରୋନା ରୋଗୀଙ୍କ ଏକ କରୁଣ କାହାଣୀ ସାମ୍ନାକୁ ଆସିଛି। ରାଜ୍ୟର ସବୁଠୁ ବଡ଼ କରୋନା ଚିକିତ୍ସାଳୟ ଗାନ୍ଧୀ ହସ୍ପିଟାଲରେ କ୍ରିଷ୍ଣା ନାମକ ଏକ ଦିନ ମଜୁରିଆର ପତ୍ନୀ ଆଶାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେଠାରେ ସେ ଚିକିତ୍ସିତ ହେଉଥିବାବେଳେ ତା’ର ଏକ ଝିଅ ଜନ୍ମ ହୋଇଥିଲା। ଝିଅ ଜନ୍ମ ହେବା ପରେ ଡାକ୍ତରଖାନା ପକ୍ଷରୁ କେସିଆର୍ କିଟ୍ ସହିତ ତାକୁ ତା ବାପା କ୍ରିଷ୍ଣାକୁ ହସ୍ତାନ୍ତର କରିଥିଲେ। କ୍ରିଷ୍ଣା ୫ ଦିନର ଝିଅକୁ ସିକନ୍ଦରାବାଦର ଗାନ୍ଧୀ ହସ୍ପିଟାଲ ମେଟ୍ରୋ ଷ୍ଟେସନ ଗେଟ୍‌ ବାହାରେ ଏକ ଚେୟାରରେ ଶୁଆଇ ଦେଇ ପତ୍ନୀକୁ ଅପେକ୍ଷା କରି ରହିଛି। ତେବେ ମଝିରେ ମଝିରେ କ୍ରିଷ୍ଣା ସିକ୍ୟୁରିଟି ଗାର୍ଡ ନିକଟକୁ ଯାଇ ପତ୍ନୀ ସଂପର୍କରେ ବୁଝି ଆସୁଛି। ବାହାରେ ରହିବା ସମୟରେ କ୍ରିଷ୍ଠା କେବଳ ତା ଝିଅ ପାଇଁ କିଛି ଗରମ ପାଣି ଏବଂ ଦୁଗ୍ଧ ଗୁଣ୍ଡ ସଂଗ୍ରହ କରିବାକୁ ସମର୍ଥ ହୋଇଛି। କ୍ରିଷ୍ଣାଙ୍କୁ ଇତିମଧ୍ୟରେ ଏକ ‘କେସିଆର୍‌ କିଟ୍‌’ ମିଳିଛି। ସେଥିରେ ଶିଶୁ ପାଇଁ କିଛି ଅତ୍ୟାବଶ୍ୟକ ସାମଗ୍ରୀ ରହିଛି। ଶିଶୁଟିର ସୁରକ୍ଷା ଦୃଷ୍ଟିରୁ ତୁରନ୍ତ କ୍ରିଷ୍ଣାକୁ ସୁରକ୍ଷିତ ସ୍ଥାନକୁ ପଠାଇବାକୁ ଏବେ ବ୍ୟବସ୍ଥା ହେଉଥିବା ଜଣାପଡ଼ିଛି।

Leave A Reply

Your email address will not be published.