ଫିଲ୍ମ ଓ ସିରିଅଲ ସୁଟିଂ ଉପରେ ଲାଗିଲା କଟକଣା, ପାଇଁ ଆଉ ମିଳିବନି ଅନୁମତି

ଭୁବନେଶ୍ୱର: (ଏସ. ନ୍ୟୁଜ୍‌): କରୋନା ସଂକ୍ରମଣ ରୋକିବାକୁ ରାଜ୍ୟରେ ସୁଟିଂ ଉପରେ ଲାଗିଲା କଟକଣା । ଫିଲ୍ମ ଓ ସିରିଏଲ ସୁଟିଂ ପାଇଁ ଆଉ ମିଳିବନି ଅନୁମତି । ଉଭୟ ଆଉଟଡୋର୍ ଓ ଇନଡୋର୍ ସୁଟିଂ ଉପରେ କଟକଣା ଲାଗିଛି । ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏସ୍‌ଆରସିଙ୍କ ପକ୍ଷରୁ ଚିଠି ଜାରି ହୋଇଛି । ଗତବର୍ଷ ମଧ୍ୟ କରୋନା କାରଣରୁ ସବୁ ପ୍ରକାର ଫିଲ୍ମ ଓ ସିରିଏଲ ସୁଟିଂ ବନ୍ଦ କରାଯାଇଥିଲା । ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ନଜରରେ ରଖି ରାଜ୍ୟରେ ଫିଲ୍ମ ଏବଂ ସିରିଏଲ ସୁଟିଂ ଉପରେ କଟକଣା ଜାରି କରାଯାଇଛି ।

ସେହିପରି ରାଜ୍ୟରେ କରୋନା ସଂକ୍ରମଣ ମୁଣ୍ଡ ବିନ୍ଧାର କାରଣ ହୋଇଛି । ଆଜି ରାଜ୍ୟରେ ଆଉ ୧୧ହଜାର ୭୩୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ୧୯ଜଣଙ୍କ ଜୀବନ ନେଇଛି କରୋନା । କ୍ୱାରେଣ୍ଟାଇନରୁ ୬୫୬୯ ଲୋକାଲ କେସ୍ ୫୧୬୩ । ଖୋର୍ଦ୍ଧାରୁ ସର୍ବାଧିକ ୧୭୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୮୭୦, ଅନୁଗୁଳରୁ ୭୦୦, ସୁନ୍ଦରଗଡ଼ରୁ ୬୪୧ ସଂକ୍ରମିତ ଚିହନଟ ହୋଇଛନ୍ତି । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷ ୧୨ହଜାର ୨୨୪ ଥିବା ବେଳେ ସୁସ୍ଥ ହେଲେଣି ୫ଲକ୍ଷ ୨ହଜାର ୪୫୫ ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସହ ତାଳ ଦେଇ ବଢିଚାଲିଛି ସୁସ୍ଥ ସଂଖ୍ୟା । ଦୈନିକ ପ୍ରାୟ ୧୦ ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ସୁସ୍ଥ ସଂଖ୍ୟା ମଧ୍ୟ ସମାନ ଅନୁପାତରେ ବଢିଚାଲିଛି । ରାଜ୍ୟରେ ୫ ଲକ୍ଷରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି । ଅଧିକ ଟେଷ୍ଟିଂ କରାଯାଉଥିବାରୁ ଅଧିକ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଉଛି । ରାଜ୍ୟରେ ସଂକ୍ରମଣ ଏବେ ପ୍ଲାଟ୍ୟୁ ଷ୍ଟେ୍‌ଜରେ ରହିଛି । ତେବେ ଲକ୍‌ଡାଉନ୍‌ ହଟାଗଲେ ସଂକ୍ରମଣ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

Leave A Reply

Your email address will not be published.