ବବିତା ଫୋଗାଟଙ୍କ ଭଉଣୀ ରିତିକା ଫୋଗାଟଙ୍କ ମୃତ୍ୟୁ, ମ୍ୟାଚ୍ ହାରିଯିବା ଦୁଃଖରେ ଆତ୍ମହତ୍ୟା କରିଥିବା ସନ୍ଦେହ

ନୂଆଦିଲ୍ଲୀ: ରେସଲର ବବିତା ଫୋଗାଟଙ୍କ ମାମୁଁ ଝିଅ ୧୭ ବର୍ଷିୟା ରିତିକା ଫୋଗାଟଙ୍କ ମୃତ୍ୟୁ ହୋଇଛି । ରିତିକା ଆତ୍ମହତ୍ୟା କରିଥିବା ହରିୟାଣା ପୋଲିସ ଆଶଙ୍କା କରୁଛି । ପୋଲିସ ସୂଚନା ଅନୁଯାୟୀ ରିତିକା ଏକ ରେସଲିଙ୍ଗ ଟୁର୍ଣ୍ଣାମେଣ୍ଟରେ ଖୁବ କମ ବ୍ୟବଧାନରେ ହାରିଥିବାରୁ ଦୁଃଖୀ ଥିଲେ । ସେ ମାର୍ଚ୍ଚ ୧୨-୧୪ ମଧ୍ୟରେ ଭରତପୁରରେ ହୋଇଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ । ରିତିକାଙ୍କ ମୃତ ଦେହ ମାମୁଁ ମହାବୀର ଫୋଗାତଙ୍କ ଘରେ ମିଳିଥିଲା । ପୋଲିସ ସୂଚନା ମୁତାବକ ଟୁର୍ଣ୍ଣାମେଣ୍ଟରେ ହାରିଯିବାରୁ ଯେ ଖୁବ ଡିପ୍ରେସ ଥିଲେ ।

ରିତିକାଙ୍କ ବାପା ଏବଂ ମାମୁଁ ମହାବୀର ଫୋଗାଟ ଦୂହେଁ ଟୁର୍ଣ୍ଣାମେଣ୍ଟରେ ଉପସ୍ଥିତ ଥିଲେ । ସୂଚନା ଅନୁଯାୟୀ ରିତିକା ଫୋଗାଟ ମହାବୀର ଫୋଗାଟଙ୍କ ଠାରୁ ଟ୍ରେନିଂ ନେଉଥିଲେ । ମହାବୀର ଫୋଗାଟ ଦ୍ରୋଣାଚାର୍ଯ୍ୟ ଆୱାର୍ଡ ବିଜେତା ରେସଲର୍ସ ଅଟନ୍ତି । ୨୦୧୬ ମସିହାରେ ତାଙ୍କ ଉପରେ ଏବଂ ତାଙ୍କ ଦୁଇ ଝିଅ ଗୀତା ଓ ବବିତାଙ୍କୁ ଟ୍ରେନିଂ ଦେବାର କାହାଣୀ ଉପରେ ଆମିର ଖାନଙ୍କ ଫିଲ୍ମ ଦଙ୍ଗଲ ସୁପରହିଟ ହୋଇଥିଲା । ସେ ମହାବୀର ଫୋଗାଟ ସ୍ପୋର୍ଡସ ଏକାଡେମୀ ଚଲାଉଥିଲେ, ଯେଉଁଛି ରିତିକା ଟ୍ରେନିଂ ନେଉଛିଲେ ।

Leave A Reply

Your email address will not be published.