କରୋନା ଟିକା ଯୋଗାଇଥିବାରୁ ଭାରତ ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍

ନୂଆଦିଲ୍ଲୀ: ଭାରତକୁ କୃତଜ୍ଞତା ଜଣାଇଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍  କ୍ରିସ ଗେଲ୍ । ଜାମାଇକାକୁ କରୋନା ଟିକା ଯୋଗାଇଥିବାରୁ ଭାରତ ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍  । ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସେ ଭାରତର ଜନସାଧାରଣଙ୍କୁ ମଧ୍ୟ କରୋନା ଟିକା ପଠାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ।            ନିଜ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, ଭାରତର ଜନସାଧାରଣ, ଭାରତ ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୋର ଧନ୍ୟବାଦ । କରୋନା ଭ୍ୟାକ୍ସିନ୍ ଡୋନେଟ୍ କରିଥିବାରୁ ଧନ୍ୟବାଦ । ବହୁତ ବହୁତ ଧନ୍ୟବାଦ ଭାରତ । ବହୁତ ଶୀଘ୍ର ଦେଖାହେବ ।

             ଅନ୍ୟ ପକ୍ଷରେ ବେସମାରିକ ବିମାନ ଚଳାଚଳ ମନ୍ତ୍ର ହରଦୀପ ସିଂହ ପୁରୀ ଘଟଣାରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ‘ଭ୍ୟାକ୍ସିନ୍ ମୈତ୍ରୀ’ ସାରା ବିଶ୍ୱରେ ଥିବା ଆମ ବୁନ୍ଧୁ ରାଷ୍ଟ୍ରଗୁଡ଼ିକ ପାଖରେ ପହଞ୍ଚୁଥିବାରୁ ଆମେ ଖୁସି । ଏଥିସହିତ ସେ ଗେଲଙ୍କ ବିସ୍ଫୋରକ ବ୍ୟାଟିଂକୁ ପ୍ରଶଂସା କରିଛନ୍ତି । ସେ  କହିଛନ୍ତି ଯେ, ଗେଲ୍‌ଙ୍କୁ ପଡ଼ିଆର ବିଭିନ୍ନ କୋଣକୁ ବଲ୍‌ ମାରୁଥିବା ଦେଖିବା ଭାରତୀୟ ଦର୍ଶକଙ୍କ ପାଇଁ ଖୁସିର ବିଷୟ । ସେମାନେ ଆଗକୁ ମଧ୍ୟ ଗେଲ୍‌ଙ୍କ ଏଭଳି ବିସ୍ପୋରକ ବ୍ୟାଟିଂ ଦେଖିବାକୁ ଚାହୁଁଛନ୍ତି ।

Leave A Reply

Your email address will not be published.