୧୦ କ୍ଟିଣ୍ଟାଲ ହେରୋଇନ୍‌ ଜାଳିଦେଲା ପାକିସ୍ତାନ, ଗନ୍ଧରେ ବେହାଲ ଭାରତୀୟ ଗାଁ

ଚଣ୍ଡିଗଡ଼: ଅମୃତସରକୁ ଲାଗି ରହିଥିବା ପାକିସ୍ତାନର ସୀମାରେ ପାକିସ୍ତାନୀ ଅଧିକାରୀ ପ୍ରାୟ ୧୦ କ୍ୱିଣ୍ଟାଲ ହେରୋଇନ୍‌ଏବଂ ଅନ୍ୟ ମାଦକ ସାମଗ୍ରୀକୁ ଖୁଲମଖୁଲା ଜାଳିଛନ୍ତି । ଯେଉଁଥିପାଇଁ ଆକାଶ ଧୂଆଁମୟ ହୋଇଯାଇଛି ଏବଂ ଏହାର ଗନ୍ଧ ଭାରତୀୟ ସୀମାବର୍ତ୍ତୀ ଅଞ୍ଚଳ ଉପରେ ପ୍ରଭାବ ପକାଇଛି । ଗଣମାଧ୍ୟମ ଖବର ଅନୁସାରେ ଇଣ୍ଟିଗ୍ରେଟେଡ୍‌ଚେକ୍‌ପୋଷ୍ଟ ଜିରୋ ଲାଇନରୁ ୮୦୦ ମିଟର ଦୂରରେ କାର୍ଗୋ ରହିଛି । ଯେଉଁଠାରେ ରାତି ୧୧ଟାରେ କଡ଼ାକଡ଼ି ଯାଞ୍ଚ୍‌କରାଯାଉଥିଲା । ସୂଚନାଯୋଗ୍ୟ ସାଧାରଣତଃ କଷ୍ଟମ ଡେ’ରେ ମାଦକ ପଦାର୍ଥକୁ ଜଳାଯାଏ । କିନ୍ତୁ ଏହା ପୂର୍ବରୁ ହିଁ ଭରି ପଡ଼ିଥିଲା ପାକିସ୍ତାନର ଗୋଦାମ । ଯେଉଁ ମାଦକ ଦ୍ରବ୍ୟ ଭାରତକୁ ଆସିଥାନ୍ତା । କିନ୍ତୁ ସୀମାରେ ଯାଞ୍ଚ୍‌କଡ଼ାକଡ଼ି ଥିବାରୁ ଏହା ଭାରତରେ ପହଞ୍ଚି ପାରିନଥିଲା ।

ପାକିସ୍ତାନରୁ ହେରୋଇନ୍‌ବା ଅନ୍ୟ ମାଦକ ଦ୍ରବ୍ୟର ଚାଲଣ ପାଇଁ ନୂଆ ନୂଆ ପଦ୍ଧତି ବ୍ୟବହାର କରାଯାଏ । ମାଦକ ଦ୍ରବ୍ୟ ଚାଲଣ ପାଇଁ ଛୋଟ ଛୋଟ ପ୍ୟାକେଟ୍‌ତିଆରି କରାଯାଏ । ଏହାକୁ ପାଇପରେ ରଖି ଭାରତ ସୀମାରେ ପାର କରାଯାଏ । କେବେ କେବେ ସୀମାରେ ନିୟୋଜିତ ଯବାନଙ୍କୁ ଏହାର ଖୋଜ୍‌ଖବର ମିଳେନାହିଁ ।

Leave A Reply

Your email address will not be published.