ଏଭଳି ଏକ ଦେଶ, ଯେଉଁଠି ବାହାଘର ପାଇଁ ବଜାରରେ ଝିଅକୁ ବିକ୍ରି କରିଥାନ୍ତି ବାପା-ମାଆ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌):  ପ୍ରତ୍ୟେକ ବାପା-ମା ଚାହାନ୍ତି, ତାଙ୍କ ଝିଅର ବିବାହ ଏକ ଭଲ ପୁଅ ସହିତ ଧୂମଧାମ୍‌ରେ ହେଉ। କିନ୍ତୁ ବିଶ୍ୱର ଏଭଳି ଏକ ଦେଶ ଯେଉଁଠି ଝିଅଙ୍କୁ ବିବାହ ପାଇଁ ବଜାରରେ ବିକ୍ରି କରାଯାଉଛି | ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଆମେ ଆପଣଙ୍କୁ ସେହି ଦେଶ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ବଜାରରେ ବାହାଘର ପାଇଁ ଝିଅଙ୍କର ନିଲାମ ଡକାଯାଇଥାଏ। କେବଳ ସେତିକି ନୁହେଁ ତାଙ୍କର ବାପା-ମା ହିଁ ତାଙ୍କୁ ବଜାରରେ ବିକ୍ରି କରୁଛନ୍ତି। ବୁଳଗେରିବର ସ୍ତାରା ଜାଗୋର ନାମକ ଏହି ସ୍ଥାନରେ ପ୍ରତି ୪ ବର୍ଷରେ ଧରି ଝିଅଙ୍କୁ ନେଇ ବଜାର ସଜେଇ ହୋଇଥାଏ। ଏଠାକୁ ଆସୁଥିବା ପୁଅ ନିଜ ପସନ୍ଦର ଝିଅକୁ କିଣି ତାକୁ ନିଜର ପତ୍ନୀ କରିଥାଏ।

ଏହି ଝିଅଙ୍କର ବୟସ ୧୩ ରୁ ୨୦ ବର୍ଷ ଭିତରେ ରହିଥାଏ। ଝିଅଙ୍କୁ ଏଭଳି ନିଲାମ କଲାଇଦଝି ସମୁଦାୟର ଲୋକଙ୍କ ପକ୍ଷରୁ କରାଯାଇଥାଏ। ଏଠାକୁ ବାହାରର କୌଣସି ବ୍ୟକ୍ତି ଝିଅକୁ କିଣିବାକୁ ଆସିପାରିବ ନାହିଁ। ଏହି ସମାଜରେ ଏବେ ପ୍ରାୟ ୧୮୦୦୦ ଲୋକ ରୁହନ୍ତି। କୁହାଯାଏ ଯେ, ଏହି ସମୁଦାୟର ଲୋକଙ୍କର ଝିଅଙ୍କୁ ମଧ୍ୟ ଏଭଳି ପରମ୍ପରାକୁ ନେଇ କୌଣସି ଆପତ୍ତି ନାହିଁ। କାରଣ ସେମାନେ ପିଲାବେଳୁ ଏଥିପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇସାରିଥାନ୍ତି।

ପୁଅକୁ ଯଦି କୌଣସି ଝିଅ ପସନ୍ଦ ଆସିଯାଏ ତେବେ ସେ ଡିଲ୍ କରିବାକୁ ଧାର୍ଯ୍ୟ ଟଙ୍କା ଦେଇଥାଏ। ଏକ ରିପୋର୍ଟ ଅନୁସାରେ, ଏହି ବଜାରରେ ଝିଅଙ୍କୁ ୩୦୦ ରୁ ୪୦୦ ଡଲାରରେ କିଣାଯାଇଥାଏ। ଝିଅମାନେ ବଜାରକୁ ଯିବାର ବହୁଦିନ ପୂର୍ବରୁ ପ୍ରସ୍ତୁତ ହୋଇଯାଇଥାନ୍ତି। ଅଧିକ ଟଙ୍କା ମିଳିବା ପାଇଁ ସେମାନେ ସୁନ୍ଦର ଦେଖାଯିବା ମଧ୍ୟ ଜରୁରୀ ହୋଇଥାଏ। ସେମାନେ ସୁନ୍ଦର ପୋଷାକ ଓ ମେକଅପ୍ ନେଇ ବଜାରକୁ ଆସିଥାନ୍ତି। ବଜାରକୁ ଆସିଥିବା ପୁଅ ଯେଉଁ ଝିଅକୁ ପସନ୍ଦ କରେ ତାକୁ ପତ୍ନୀ ବୋଲି ମାନି ନେଇଥାଏ। ଏହାପରେ ଦୁହିଁଙ୍କର ବାପା-ମା’ଙ୍କୁ ଏହି ବିବାହ ପାଇଁ ରାଜି ହେବାକୁ ପଡିଥାଏ। ପୁଅ-ଝିଅ ସହିତ ପରିବାର ଓ ଆମଦାନୀ ଉପରେ ମଧ୍ୟ ଆଲୋଚନା ହୋଇଥାଏ। ଏହାପରେ ପରିବାରର ଲୋକ ବିବାହର ଅର୍ଥ ଧାର୍ଯ୍ୟ କରିଥାନ୍ତି ଓ ବାହାଘର ହୋଇଯାଇଥାଏ।

Leave A Reply

Your email address will not be published.