ସୀମା ଟପିଲା ସମ୍ପର୍କ; ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କଲା ପିଶାଚ ବାପା

ଭୁବନେଶ୍ୱର:(ଏସ. ନ୍ୟୁଜ୍‌):   ସମ୍ପର୍କର ସୀମା ଟପିଲା ପିଶାଚ ବାପା । କଳଙ୍କିତ ହେଲା ବାପା ଝିଅର ସମ୍ପର୍କ । ନିଜ ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କଲା ପିଶାଚ ବାପା । ମାଲକାନଗିରିରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ଯେଉଁଠାରେ ଜଣେ ବାପା ନିଜ ଝିଅକୁ କରିଛି ଦୁଷ୍କର୍ମ । ଆଉ ଘଟଣା ସମ୍ପର୍କରେ ଜାଣିବାରେ ଥାନାରେ ଅଭିଯୋଗ କରିଛନ୍ତି ପୁଅ ।

ଘଟଣା ଅନୁଯାୟୀ ଅଭିଯୁକ୍ତ ନିଜ ଝିଅର ବିବାହ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ସହ କରାଇଥିଲେ । କିନ୍ତୁ ସେହି ଯୁବକ ମାନସିକ ବିକୃତ ହେବାରୁ କାମଧନ୍ଦା ନକରି ଘରେ ବସିରହୁଥିଲେ । ଝିଅ ମଧ୍ୟ ମାନସିକ ଅନାଗ୍ରସର ଥିବା ଜଣାପଡ଼ିଛି । ପରେ ଅଭିଯୁକ୍ତ ବାପା ତାଙ୍କୁ ସେଠାରୁ ନେଇ ଆସି ନିଜ ଘରେ ରଖିଥିଲେ । ତେବେ ରାତିରେ ମଦ ପିଇ ଝିଅକୁ ବାରମ୍ବାର ଦୁଷ୍କର୍ମ କରିବା ସହ ଗର୍ଭପାତ କରାଉଥିଲା ପିଶାଚ ବାପା ଏହାସହ ଏକଥା କାହାରିକୁ ନକହିବାକୁ ଧମକାଉଥିଲେ । ପରେ ଝିଅ ଗର୍ଭବତୀ ହେବାରୁ ଜାଣିପାରିଥିଲେ ପରିବାର ଲୋକ ।

ଘଟଣାର ସତ୍ୟତା ଜାଣିବା ପରେ ପରିବାର ଲୋକ ଅଭିଯୁକ୍ତ ବାପାକୁ ଏଥିରୁ ଦୂରେଇ ରହିବାକୁ କହିବାରୁ ପୁଅ ଏବଂ ପତ୍ନୀଙ୍କୁ ମାଡ଼ ମାରିଥିଲା ଅଭିଯୁକ୍ତ ବାପା । ଅଭିଯୁକ୍ତ ବାପା ନାମରେ ଏତଲା ଦେଇଥିଲା ପୁଅ । ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ସେପଟେ ଝିଅର ଡାକ୍ତରୀ ପରୀକ୍ଷା କରାଯାଇ ତଦନ୍ତ କରାଯାଉଥିବା ନେଇ କହିଛନ୍ତି ଆଇଆଇସି ରାମ ପ୍ରସାଦ ନାଗ ପ୍ରକାଶ ।

Leave A Reply

Your email address will not be published.