ବିୟର ପିଇବାର ରହିଛି ଅନେକ ଫାଇଦା

ନୂଆଦିଲ୍ଲୀ:  ବିୟରକୁ ପସନ୍ଦ କରୁଥିବା ଲୋକଙ୍କୁ ଏହି ଖୁସି ଖବର । ପାରାସିଟାମଲ ଅପେକ୍ଷା ଯନ୍ତ୍ରଣାରେ ବିୟରର ୨୫ ପ୍ରତିଶତ ଅଧିକ ଆରାମ ଦେଇଥାଏ ବୋଲି ଏକ ଅଧ୍ୟୟନରେ କୁହାଯାଇଛି । କରିପାରେ । ତେବେ ମୁଣ୍ଡବିନ୍ଧା ହେଉଥିବା ବେଳେ ଔଷଧ ଅପେକ୍ଷା ୨ ଗ୍ଲାସ ବିୟର ଅଧିକ ଆରାମ ଦେଇଥାଏ । ଏହା ଉପରେ ଗ୍ରୀନବିଚ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ୪୦୦ରୁ ଅଧିକ ଲୋକଙ୍କ ଉପରେ ପ୍ରାୟ ୧୮ ଟି ଅଧ୍ୟୟନ କରିଥିଲେ । ଏଥିରେ ସାମ୍ନାକୁ ଆସିଲା କି, ଯନ୍ତ୍ରଣା ଦୂର କରିବାରେ ବିୟର ୨୫ ପ୍ରତିଶତ ଅଧିକ ପ୍ରଭାବଶାଳୀ ଅଟେ ।

ଏହା ବ୍ୟତୀତ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଯନ୍ତ୍ରଣା ଉପଶମକାରୀ ଓ ଯନ୍ତ୍ରଣାର ତୀବ୍ରତାରେ ବହୁ ପରିମାଣରେ ଆରାମ ଦେଇଥାଏ ଆଲକହଲ୍ । କୁହାଯାଇଥିଲା ଯେ, ଅଳ୍ପ ପରିମାଣରେ ବିୟର ପିଇବାର ଦୁଇଟି ଲାଭ ଅଛି । ଯେଉଁଥିରେ ପ୍ରଥମେ ଏହା ରକ୍ତରେ ଆଲକହଲ ସ୍ତରକୁ ୦.୦୮ ପ୍ରତିଶତ ବୃଦ୍ଧି କରିଥାଏ ।

ଦ୍ୱିତୀୟଟି ହେଉଛି, ଯନ୍ତ୍ରଣାର ତୀବ୍ରତା ହ୍ରାସ କରିବା ସହ ଏହାକୁ ସହ୍ୟ କରିବାର କ୍ଷମତା ଦେଇଥାଏ । ଏହା ବ୍ୟତୀତ ଏହି ଅଧ୍ୟୟନ କରିଥିବା ଡାକ୍ତର ଟ୍ରେଭର୍ ଥମ୍ପସନ୍ କହିଛନ୍ତି ଯେ, ଆଲକହଲ ଏକ ପ୍ରଭାବଶାଳୀ ପେନକିଲର ବୋଲି ଆମ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ଅଛି । ଏହା କୋଡିନ୍ ଏବଂ ପାରାସିଟାମଲ ଅପେକ୍ଷା ଅଧିକ ପ୍ରଭାବଶାଳୀ । ବାରମ୍ବାର ପେନକିଲର ଖାଇବା ଅପେକ୍ଷା ବିୟର ଅଧିକ ପ୍ରଭାବଶାଳୀ, କିନ୍ତୁ ବିୟରର କିଛି ସାଇଡ୍ ଇଫେକ୍ଟ ବି ରହିଛି ।

Leave A Reply

Your email address will not be published.