ପୁରୁଷଙ୍କ ଅବୈଧ ସମ୍ପର୍କ : ରାଗରେ ସ୍କ୍ରୁଡ୍ରାଇଭରରେ ମାରି ହତ୍ୟା କଲା ସ୍ୱାମୀ

ନୂଆଦିଲ୍ଲୀ: କର୍ଣ୍ଣାଟକ ବେଙ୍ଗାଲୁରୁରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ସ୍କ୍ରୁଡ୍ରାଇଭରରେ ମାରି ହତ୍ୟା କରିଛନ୍ତି । ଅନ୍ନାପୂର୍ଣ୍ଣେଶ୍ୱରୀର ବିଆର କାନ୍ତାରାଜୁ ତାଙ୍କ ପତ୍ନୀଙ୍କ ଉପରେ ସନ୍ଦେହ କରୁଥିଲେ ଯେ ତାଙ୍କ ପତ୍ନୀଙ୍କର ପରିବାରର ଦୁଇ ପୁରୁଷଙ୍କ ଅବୈଧ ସମ୍ପର୍କ ରହିଛି ।

ଘଟଣା ଅନୁଯାୟୀ କାନ୍ତାରାଜୁ ଏବଂ ତାଙ୍କ ପତ୍ନୀ ତିନି ଦିନ ପାଇଁ ନିଜ ସମ୍ପର୍କୀୟଙ୍କ ସହ ବୁଲିବାକୁ ଯାଇଥିଲେ । ସେଠାରେ ଅଭିଯୁକ୍ତ ନିଜ ପତ୍ନୀଙ୍କୁ ଉକ୍ତ ଦୁଇ ପୁରୁଷ ସମ୍ପର୍କୀୟଙ୍କ ସହ ନାଚୁଥିବାର ଦେଖିଥିଲେ । ତେବେ ସେତେବେଳେ ସେ ତାଙ୍କ ପତ୍ନୀଙ୍କୁ କିଛି କହିନଥଲେ । କିନ୍ତୁ ବେଙ୍ଗାଲୁରୁ ଫେରିବା ପରେ ପତ୍ନୀଙ୍କ ସହ ଏହି ବିଷୟକୁ ନେଇ ଝଗଡ଼ା କରିଥିଲେ, ଏବଂ ରାଗରେ କାନ୍ତାରାଜୁ ପତ୍ନୀଙ୍କ ବେକରେ ସ୍କ୍ରୁଡ୍ରାଇଭର ମାରି ହତ୍ୟା କରିଥିଲେ । ତେବେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ।

Leave A Reply

Your email address will not be published.