୭ ବର୍ଷର ଶିଶୁକୁ ଅପ୍ରାକୃତିକ ଯୌନ ନିର୍ଯ୍ୟାତନା: ଅଭିଯୁକ୍ତ ଗିରଫ, କୋର୍ଟଚାଲାଣ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌): ଜଣେ ୭ ବର୍ଷର ଶିଶୁକୁ ଅପ୍ରାକୃତିକ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ପୋଲିସ ଅଭିଯୁକ୍ତ ନାବାଳକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାଯାଇଛି  l ଏ ନେଇ ସଇଁତଲା ଥାନା କେସ ନଂ ୨୪୫/୨୧ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ନାବାଳକ ଙ୍କୁ ଡାକ୍ତରୀମାଇନା କରିଥିବା ଜଣାଯାଇଛି  l ପ୍ରକାଶ ଯେ, ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଅଞ୍ଚଳରେ ଗତ ୨ତାରିଖ ଅପରାହ୍ନ ସମୟରେ ଶିଶୁ ପିଲାଟି ଖେଳୁଥିବା ବେଳେ ଅଭିଯୁକ୍ତ ଜଣକ ମୋବାଇଲ ଦେଖିବା ବାହାନା କରି ଶିଶୁଟିକୁ ଏକ ନିଛାଟିଆ ସ୍ଥାନକୁ ନେଇ ଅଭିଯୁକ୍ତ ଜଣକ ଅପ୍ରାକୃତିକ ଯୌନ ନିର୍ଯ୍ୟାତନା ଦେବା ସହ ମାଡ ମଧ୍ୟ ମାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି  l ଏହାପରେ ଶିଶୁ ଜଣକ ଚିତ୍କାର କରି କାନ୍ଦିବାରୁ ମା ଯାଇ ଘଟଣାସ୍ଥଳରୁ ଉଦ୍ଧାର କରିଥିଲେ l ଏହି ଘଟଣା ପ୍ରଘଟ ହେବା ପରେ ପରିବାର ଲୋକେ ବଡ଼ମାଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ  l ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି  l 

Leave A Reply

Your email address will not be published.