ଓଭାଲ ଟେଷ୍ଟରେ ଭାରତର ଦମଦାର ପ୍ରଦର୍ଶନ : ଦ୍ୱିତୀୟ ଇନିଂସରେ ଭାରତର ୪୬୬ ରନ, ଇଂଲଣ୍ଡ ଆଗରେ ୩୬୮ ରନର ଟାର୍ଗେଟ୍

ଓଭାଲ: ଲଣ୍ଡନର ଓଭାଲରେ ଇଂଲଣ୍ଡ-ଭାରତ ମଧ୍ୟରେ ଚତୁର୍ଥ ଟେଷ୍ଟ ଖେଳା ଯାଉଛି । ପ୍ରଥମ ଇନିଂସରେ ୧୯୧ ରନ୍ କରିଥିବା ଭାରତ ଦ୍ୱିତୀୟ ଇନିଂସରେ ବଡ଼ ସ୍କୋର୍ କରିବାରେ ସକ୍ଷମ ହୋଇଛି । ଦ୍ୱିତୀୟ ଇନିଂସରେ ସମସ୍ତ ୱିକେଟ୍ ହରାଇ ଭାରତ ୪୬୬ ରନରେ ଅଲଆଉଟ୍ ହୋଇଛି । ଏଥିସହ ଦଳ ଇଂଲଣ୍ଡ ଆଗରେ ୩୬୮ ରନର ଟାର୍ଗେଟ୍ ରଖିଛି ।

ଦ୍ୱିତୀୟ ପାଳିରେ ଭାରତ ପକ୍ଷରୁ ରୋହିତ ଶର୍ମା ୧୨୭ ରନ୍ କରିଥିବା ବେଳେ ପୁଜାରା ୬୧ ରନର ପାଳି ଖେଳିଥିଲେ । ଶାର୍ଦ୍ଦୁସଲ ଠାକୁର ୬୦ ରନ କରିଛନ୍ତି । ୩୬୮ ରନର ପିଛା କରି ଘରୋଇ ଦଳ ବ୍ୟାଟିଂ ଆରମ୍ଭ କରିଛି । ଦଳ ପକ୍ଷରୁ ହସିବ ହମିଦ ଓ ରୋରି ବର୍ଣ୍ଣ୍ସ ବ୍ୟାଟିଂ କରୁଛନ୍ତି ।

Leave A Reply

Your email address will not be published.