ଫାଇନାନ୍ସ କର୍ମଚାରୀଙ୍କୁ ମାରଣାତ୍ମକ ଆକ୍ରମଣ କରି ୭୫ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌): ବ୍ଲାକ୍ ପଲସର ଆତଙ୍କ । ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ମାରଣାତ୍ମକ ଆକ୍ରମଣ କରି ପ୍ରାୟ ୭୫ ହଜାର ଟଙ୍କା ଲୁଟି ନେଲେ ଦୁଇ ଦୁର୍ବୃତ୍ତ । ଘଟଣା ଘଟିଛି ବାଲିଅନ୍ତା ଥାନା ପ୍ରତାପରୁଦ୍ରପୁର- କଣ୍ଟାପଡ଼ା ରାସ୍ତା ଆଖଣ୍ଡଳେଶ୍ଵର ମନ୍ଦିର ନିକଟରେ । ଗୁରୁତର ଅବସ୍ଥାରେ ଫାଇନାନ୍ସ କର୍ମଚାରୀ ଜ୍ଞାନ ରଞ୍ଜନ ଦିୱେଦୀଙ୍କୁ ହସ୍ପିଟାଲ୍‌ ରେ ଭର୍ତ୍ତି କରାଯାଇଛି ।

ଭାରତ ଫାଇନାନ୍ସର କର୍ମଚାରୀ ଜ୍ଞାନ ରଞ୍ଜନ ଋଣ ଟଙ୍କା ସଂଗ୍ରହ କରି ବାଲିଅନ୍ତା ଅଭିମୁଖେ ଫେରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବ୍ଲାକ୍ ପଲ୍‌ସରରେ ତାଙ୍କୁ ପିଛା କରିଥିଲେ । ପ୍ରତାପରୁଦ୍ରପୁର- କଣ୍ଟାପଡ଼ା ଆଖଣ୍ଡଳେଶ୍ଵର ମନ୍ଦିର ନିକଟରେ କର୍ମଚାରୀ ଜଣଙ୍କୁ ଧକ୍କା ମାରି ତଳେ ପକାଇ ଦେଇଥିଲେ । ପରେ ଏକ ମାରଣାସ୍ତ୍ରରେ କର୍ମଚାରୀଙ୍କ ହାତକୁ ହାଣି ଟଙ୍କା ବ୍ୟାଗ୍ ନେଇ ଘଟଣାସ୍ଥଳରୁ ଫେରାର୍ ହୋଇଗଲେ । ଆକ୍ରମଣରେ ଗୁରୁତର କର୍ମଚାରୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗ ହସ୍ପିଟାଲ ପଠାଇଛନ୍ତି ସ୍ଥାନୀୟ ଲୋକେ । ଖବର ପାଇ ବାଲିଅନ୍ତା ପୋଲିସ୍ ଘଟଣା ସ୍ଥଳରେ ପହିଁଞ୍ଚି ତଦନ୍ତ କରିଛି ।

Leave A Reply

Your email address will not be published.