ମହିଳାଙ୍କୁ ଅପହରଣ କରି ୮ ମାସ ଧରି ଦୁଷ୍କର୍ମ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ପୁଣି ମିଡିଆ କଳଙ୍କିତ । ଜଣେ ୱେବ୍‌ ଚ୍ୟାନେଲ ରିପୋର୍ଟର ନାଁରେ ସାଙ୍ଘାତିକ ଅଭିଯୋଗ । ଫୁଲବାଣୀରୁ ୨୦୨୦ ଡିସେମ୍ବରରେ ଜଣେ ମହିଳାଙ୍କୁ ଅପହରଣ କରି ଦୀର୍ଘ ୮ ମାସ ଧରି ସୁନ୍ଦରପଦାରେ ରଖି ଦୁଷ୍କର୍ମ କରୁଥିଲେ ମିଲନ କଂହର । ଆଲବମ ହିରୋଇନ କରେଇ ଦେବାକୁ ପ୍ରଲୋଭନ ଦେଖାଇ ୮ ମାସ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଶାରୀରିକ ସମ୍ପର୍କ ରଖିବା ସହ ଏହାର ଭିଡିଓ କରି ତାଙ୍କୁ ଅନ୍ୟ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବ୍ଲାକମେଲ କରୁଥିବା ଅଭିଯୋଗ ଆଣିଛନ୍ତି ମହିଳା । କୌଣସି ପ୍ରକାରେ ମିଲନଙ୍କ ଠାରୁ ଖସି ଫୁଲବାଣୀକୁ ଚାଲିଯିବାପରେ ଥାନାରେ ଏତଲା ଦେଇଥିଲେ ମହିଳା । ତେବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।

ଫଳରେ ଫୁଲବାଣୀରୁ ପୁଣି ୮ ଦିନ ପୂର୍ବରୁ ମିଲନ କଂହର ବନ୍ଧୁକ ଦେଖାଇ ତାଙ୍କୁ ଅପହରଣ କରି ସମ୍ବଲପୁର ନେଇ ମାରିଦେବାକୁ ଧମକ ଦେଇଥିଲା । ଏନେଇ ପୁଣି ଏୟାର ଫିଲଡ଼ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ମହିଳା କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ପୀଡିତା । ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବାକୁ ସେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.