ବାପକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଲା ପୁଅ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ସଇତାନ ସାଜିଲା ପୁଅ । ବାପାକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛି ପୁଅ । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ ବାଙ୍ଗୁରକେଲା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସେହି ଗାଁର ବୁଧରାମ ମୁଣ୍ଡାରୀ, ବାପା ମଙ୍ଗଳ ମୁଣ୍ଡାରୀଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରିଥିବା ଜଣାପଡିଛି ।

ସୂଚନା ମୁତାବକ ପାରିବାରିକ କଳହରୁ ପୁଅ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି । ପୋଲିସ ଅଭିଯୁକ୍ତ ପୁଅ ବୁଧରାମ ମୁଣ୍ଡାରୀକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଉଲ୍ଲେଖଯୋଗ୍ୟଯେ, ଗତ ସୋମବାରରେ ଜଣେ ଯୁବକ ତା’ର ମାଙ୍କୁ ପିଟି ପିଟି ମାରି ଦେବା ପରେ ତା ଶରୀରରେ ନିଆଁ ଲଗାଇ ମାରି ଦେଇଥିଲା । ଏହି ଘଟଣାଟି ଭୁବନେଶ୍ୱର ବଡଗହ ଅଂଚଳରେ ଘଯିଥିଳା ।

Leave A Reply

Your email address will not be published.