୬ ଘଣ୍ଟା ଫସିରହିଲା ଆମ୍ବୁଲାନ୍ସ

କଣାସ : ରାସ୍ତା ଅବସ୍ଥା ଶୋଚନୀୟ ଯୋଗୁଁ ରୋଗୀଙ୍କୁ ନେଇ ଯାଉଥିବା ୧୦୮ଆମ୍ବୁଲାନ୍ସ ୬ଘଣ୍ଟା ରାସ୍ତାରେ ଫସିରହିଲା । ଶେଷରେ ରୋଗୀକୁ ପରିବାର ଲୋକ ବାଇକ୍ ଯୋଗେ ମେଡିକାଲ୍ ନେଇଥିବା ଜଣାପଡ଼ିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଣାସ ଅଞ୍ଚଳରେ ।

ଖବର ନେବାରେ ଜଣାପଡ଼ିଛି କଣାସ ବ୍ଲକ୍ ଅନ୍ତର୍ଗତ ଗଡ଼ିଶାଗୋଦା ପଞ୍ଚାୟତ ନଈ କୂଳପାଟଣା ଗ୍ରାମରେ ଜଣେ ରୋଗୀକୁ ଡାକ୍ତରଖାନାକୁ ନେବା ପାଇଁ ୧୦୮ଆମ୍ବୁଲାନ୍ସକୁ ପରିବାରଲୋକ ଖବର ଦେଇଥିଲେ । କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆମ୍ବୁଲାନ୍ସ ସକାଳ ୬ଟା ସମୟରେ ନଈକୂଳପାଟଣା ଗ୍ରାମ ଅଭିମୂଖେ ଦୟାନଦୀ ବନ୍ଧରେ ଯିବା ସମୟରେ ଗଡ଼ିଶାଗୋଦା ନିକଟ ବନ୍ଧର ଅବସ୍ଥା ଶୋଚନୀୟ ହୋଇଥିବାରୁ ଏକ ଖାଲରେ ଗଳିପଡ଼ିଥିଲା। ସମସ୍ତ କର୍ମଚାରୀ ଦୀର୍ଘ ୬ ଘଣ୍ଟା ଧରି ଆକ୍ଲାନ୍ତ ପରିଶ୍ରମ କରି ଗାଡ଼ିଟିକୁ ଉଠାଇଥିଲେ । ପରିବାର ଲୋକେ ଆମ୍ବୁଲାନ୍ସ୍ ଆସିବା ବିଳମ୍ବ ହେବାରୁ ଏକ ବାଇକ୍ ଯୋଗେ ଅନ୍ୟ ରାସ୍ତାରେ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ ।

Leave A Reply

Your email address will not be published.