ମହାନଦୀରେ ଡଙ୍ଗା ବୁଡ଼ିବା ଘଟଣା, ୭ ମୃତଦେହ ଉଦ୍ଧାର

ମହାନଦୀ ଲଖନପୁର ଡଙ୍ଗା ବୁଡ଼ି ଘଟଣାରେ ଏଯାଏ ୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏମାନଙ୍କ ମଧ୍ୟରେ ୪ ମହିଳା ଓ ୩ ନାବାଳକ ଥିବା ଜଣାଯାଇଛି । ଦୁଇ ମୃତ ନାବାଳକ ହେଲେ ପିକେଶ୍ବର ରାଠିଆ ଓ ନବୀନ ରାଠିଆ । ଉଭୟଙ୍କ ବୟସ ୭ ବର୍ଷ। ଦୁଇ ମୃତ ମହିଳାଙ୍କର ପରିଚୟ ମିଳିପାରି ନାହିଁ । ଆଜି ସକାଳେ ୬ଟି ମୃତଦେହ ଉଦ୍ଧାର ହୋଇଛି ।

ଆଉ ଜଣଙ୍କ ପତ୍ତା ମିଳି ନାହିଁ । ୨ଟି ଓଡ୍ରାଫ ଟିମ୍ ଏବେ ସର୍ଚ୍ଚ ଅପରେସନ ଜାରି ରଖିଥିବା ବେଳେ ସ୍କୁବା ଡ୍ରାଇଭିଂ ଟିମ ଏହି ସର୍ଚ୍ଚ ଅପରେସନ ସାମିଲ୍ ଅଛନ୍ତି ।

ସୂଚନା ଅନୁସାରେ ଗତକାଲି ଡ଼ଙ୍ଗାରେ ପ୍ରାୟ ୫୦ ଜଣ ଯାତ୍ରୀ ବରଗଡ ବାଞ୍ଜିପାଲିରୁ ଝାରସୁଗୁଡା ସରଧା ଡ଼ଙ୍ଗା ଘାଟକୁ ଆସୁଥିଲେ । ସେମାନଙ୍କ ମଧ୍ୟରେ ୪୫ ଜଣ ଛତିଶଗଡ ଅଂଚଳର ଥିଲେ । ସେମାନେ ବରଗଡ଼ ପଥରା ସେନୀକୁ ପୂଜାର୍ଚ୍ଚନା ପାଇଁ ଯାଇ ଫେରୁଥିବା ବେଳେ ସରଧା ଘାଟ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଡଙ୍ଗା ଓଲଟିବା ସମୟରେ ପ୍ରାୟ ୩୫ ଜଣଙ୍କୁ ମତ୍ସ୍ୟଜୀବୀମାନେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରିଥିଲେ । ନିଖୋଜମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ସେଥିରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.