ବିଜେପି ଜିତିଲା ବୋଲି ବିନା ନୋଟିସରେ ଗଣେଷ ମଣ୍ଡପ ହାଟ ଉଚ୍ଛେଦ

ଭୁବନେଶ୍ବର : ଭୁବନେଶ୍ୱର ସ୍ଥିତ ଝାରପଡ଼ାରେ ଥିବା ଗଣେଷ ମଣ୍ଡପ ହାଟ ଭଙ୍ଗାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।  ବିନା ନୋଟିସରେ ଉଚ୍ଛେଦ କରାଯାଉଥିବାରୁ ବ୍ୟବସାୟୀମାନେ ଏହାକୁ ବିରୋଧ କରିଛନ୍ତି। କାଲି ରାତି ୯ଟାରେ ସୂଚନା ଦେଇ ସକାଳୁ ଉଚ୍ଛେଦ ହେଉଥିବାରୁ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ  ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳରେ ବିଜେପି କର୍ପୋରେଟର ଜିତିଥିବାରୁ ବିଜେଡି ଆକ୍ରୋଶ ମୂଳକ ଭାବେ ଏପରି କରୁଥିବା ଅଭିଯୋଗ ହୋଇଛି।

ପ୍ରଶାସନର ଏଭଳି କାର୍ଯ୍ୟକୁ ଘୋର ନିନ୍ଦା କରିଛି ବିଜେପି।  ବିନା ନୋଟିସ୍‌ରେ ଗଣେଶ ମଣ୍ଡପ ହାଟକୁ ରାତା ରାତି ଆସି ଉଚ୍ଛେଦ କରୁଛନ୍ତି ସରକାର। ଏହି ହାଟରୁ ଅନେକ ପରିବାରର ପେଟପାଟଣା ଚଳେ। ଏହି ହାଟରୁ ଦିଇ ପଇସା ରୋଜଗାର କରି  ଦୋକାନିଙ୍କ ଘର ଚଳେ। ଏହି ବ୍ୟବସାୟୀମାନଙ୍କ ପେଟରେ ନାତ ମାରିକି ଏଠି କେଉଁ ପ୍ରକାରର ବିକାଶମୂଳକ କାର୍ଯ୍ୟ ହେବ ବୋଲି ରାଜ୍ୟ  ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବେଜେପି ନେତ୍ରୀ ସୁନିତି ମୁଣ୍ଡ୍‌।  ତେବେ ସେହି ଓ୍ୱାର୍ଡରେ ବିଜେପି ଜିତିଥିବାରୁ ବିଜେଡି ଏହି ଉଚ୍ଛେଦ ଆକ୍ରୋଶ ମୂଳକ ଭାବେ କରୁଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।       

 

Leave A Reply

Your email address will not be published.