ଘରେ ରଖିହେବ ନିଜ ଶରୀରକୁ ଫିଟ୍

ନିଜ ଶରୀରକୁ ଫିଟ୍ ରଖିବା ପାଇଁ ସବୁବେଳେ ଦାମୀ ବ୍ୟାୟାମ ଉପକରଣ ଯେ ଆବଶ୍ୟକ ସେପରି ଭାବନ୍ତୁନି। ଘରେ ଥିବା କିଛି ଉପକରଣରେ ମଧ୍ୟ ରଖିହେବ ନିଜ ଶରୀରକୁ ଫିଟ୍ । ସେହି ଘରୋଇ ଉପକରଣ ମଧ୍ୟରେ ଗୋଟିଏ ଭଲ ଉପକରଣ ହେଉଛି ବାଲ୍‌ଟି । ଘରେ ଥିବା ବାଲ୍ଟି ମାଧମରେ ବ୍ୟାୟାମ କରନ୍ତୁ ଏବଂ ଶରୀରକୁ ଫିଟ୍ ରଖନ୍ତୁ । ଏକ ଛୋଟ ବାଲ୍ଟିରେ ପାଣି ଭରନ୍ତୁ। କିନ୍ତୁ ମନେ ରଖନ୍ତୁ ଯେ, ବାଲଟିରେ ପାଣି ପୂରା ଭର୍ତି ନକରି ଟିକେ କମ୍ କରନ୍ତୁ । ନଚେତ୍ ପାଣି ଢାଳି ହୋଇଯିବ।  ଘରେ ରହି ମଧ୍ୟ ଅନେକ ପ୍ରକାରର ବ୍ୟାୟାମ ଆମେ କରିଥାଉ । କାହିଁକି ନାଁ ସୁସ୍ଥ ଆଉ ସୁନ୍ଦର ଶରୀର ସମସ୍ତଙ୍କର ପସନ୍ଦ । ତା ଭିତରେ ଏକ ସହଜ ବ୍ୟାୟାମ ହେଉଛି ବାଲ୍ଟି ବ୍ୟାୟାମ ।

ପ୍ରଥମେ ଏକ ଛୋଟ ବାଲ୍ଟିରେ ପାଣି ଭରନ୍ତୁ । ଏପରି ଭରନ୍ତୁ ଯେପରି ପାଣି ଢାଳିହେବ ନାହିଁ । ଯେଉଁଥିରେ ଏକ ହ୍ୟାଣ୍ଡେଲ ରହିଥିବ । ଏହି ବ୍ୟାୟାମ ଖୁବ୍ ଶୀଘ୍ର ଆପଣଙ୍କୁ ଶକ୍ତିଶାଳୀ କରିବ। ଏହି ବ୍ୟାୟାମ କରିବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବଢିବା ସହିତ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିବ ।

ପାଣି ଭର୍ତି ବାଲ୍ଟିକୁ ସିଧା ଠିଆ ହୋଇ ଦୁଇହାତରେ ଉପରକୁ କରି ଧରନ୍ତୁ ଏବଂ ଆଣ୍ଠୁକୁ ୯୦ ଡିଗ୍ରୀ ହେବା ପର୍ଯ୍ୟନ୍ତ ଉଠ୍‌-ବସ୍ ହୁଅନ୍ତୁ । ୧୦ ରୁ ୧୫ ଥର ଏପରି କରନ୍ତୁ । ପାଣି ଭର୍ତି ବାଲ୍ଟିକୁ ଦୁଇ ବାହୁରେ ଧରି ବାହୁକୁ ଉପର-ତଳ ଏବଂ ଆଗ-ପଛ କରନ୍ତୁ କିନ୍ତୁ ମନେରଖନ୍ତୁ ଏପରି କରିବା ସମୟରେ ନିଜ ଶରୀରକୁ ସମ୍ପୂର୍ଣ୍ଣ ସିଧା ରଖିବେ । ଯାହା ପିଠି ଜନିତ ସମସ୍ୟାରୁ ଆରାମ ଦେବା ସହିତ ଶରୀରକୁ ଫିଟ୍ ରଖେ ।   ଏକ ବେଂଚ କିମ୍ବା ଚଟାଣରେ ଶୋଇ ପାଣିଭର୍ତି ବାଲ୍ଟିର ତଳ ପାଶ୍ୱରୁ ଧରନ୍ତୁ । ଏବଂ ବାଲ୍ଟିକୁ ଧିରେଧିରେ ଉପରକୁ କରନ୍ତୁ ପୁଣି ତଳକୁ ଆଣନ୍ତୁ । ଏହା କରିବା ପରେ ଆପଣ ଜାଣି ପାରିବେ ଏହା ଦେହ ପାଇଁ କେତେ ଲାଭଦାୟକ । ଘରେ ରହି ଏହାକୁ ଦୈନିକ ଅଭ୍ୟାସ କରିପାରିବେ ।

Leave A Reply

Your email address will not be published.