ଆଜି ବ୍ରହ୍ମପୁରର ଡ଼େପୁଟି ମେୟର ନିର୍ବାଚନ

ବ୍ରହ୍ମପୁର : ଆଜି ହେବ ବ୍ରହ୍ମପୁର ମହାନଗର ନିଗମର ଡ଼େପୁଟି ମେୟର ନିର୍ବାଚନ । ଏହାସହିତ ନୂତନ କର୍ପୋରେଟର ଓ ମେୟର ଶପଥ ପାଠ କରିବାର କାର୍ଯ୍ୟକ୍ରମ ରହିଛି।  ସକାଳ 10ଟାରୁ 11 ପର୍ଯ୍ୟନ୍ତ ଡ଼େପୁଟି ମେୟର ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ରହିଛି ।  ଅପରାହ୍ନ 1.30 ରୁ 3.30 ମିନିଟ୍ ମଧ୍ୟରେ ଡ଼େପୁଟି ମେୟର ପାଇଁ ନିର୍ବାଚନ ହେବ। ପରେ ଗଣତି ହେବା ପରେ ଫଳାଫଳ ଘୋଷଣା ହେବ ।

କିଭଳି ଶାନ୍ତିଶୃଙ୍ଖଳାର ସହିତ ଡ଼େପୁଟି ମେୟର ନିର୍ବାଚନ ଶେଷ ହେବ ସେ ନେଇ ବିଏମସି ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଥିବା ସୂଚନା ଦେଇଛନ୍ତି ବିଏମସି କମିଶନର ।

Leave A Reply

Your email address will not be published.