ହାଇପ୍ରୋଫାଇଲ ଠକକୁ ଗିରଫ କଲା ଲିଙ୍ଗରାଜ ଥାନା ପୋଲିସ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଲିଙ୍ଗରାଜ ପୋଲିସକୁ ବଡ ସଫଳତା । ଅଣ ଓଡିଆ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରାୟ ୨ କୋଟି ୩୫ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଜଣେ ମହାଠକକୁ ଗିରଫ କରିବାରେ ସଫଳ ହୋଇଛି ଲିଙ୍ଗରାଜ ଥାନା ପୋଲିସ ।ଏହି ହାଇ ପ୍ରୋଫାଇଲ ଠକର ନାମ ହେଲା ପ୍ରଜ୍ଞା ପ୍ରକାଶ ନାୟକ । ଏହି ଠକକୁ ଗିରଫ କରିବାରେ ସଫଳ ହୋଇଛି ଲିଙ୍ଗରାଜ ଥାନା ପୋଲିସ । ୨ କୋଟି ୩୫ ଲକ୍ଷରୁ ଅଧିକ ଟଙ୍କା ଠକେଇ ନେଇ ହୋଇଥିଲା ଅଭିଯୋଗ । ଶନିବାର ପୋଲିସ ଠକ ପ୍ରଜ୍ଞା ପ୍ରକାଶକୁ ଗିରଫ କରିବା ସହ ଦାମୀ ଗାଡି ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ରକୁ ଜବତ କରିଛି ।

ସେହିପରି ଠକେଇ ମାମଲାରେ ପଚରା ଉଚରା ପାଇଁ ୭ ଦିନ ରିମାଣ୍ଡରେ ଏହି ଠକକୁ ନେବ ପୋଲିସ । ଠକ ଜଣଙ୍କ ନିଜକୁ ଆରବିଆଇ, ଆଇଆରଏସଙ୍କ ସମ୍ପର୍କୀୟ ଓ ବଡ ବଡିଆଙ୍କ ଚିହ୍ନା ପରିଚିତ ଥିବା କଥା କହୁଥିଲା । ସେ ଜଣେ ଆଇଆଇଟି ଓ ଆଇଆଇଏମର ପାସ ଆଉଟ ଛାତ୍ର ଥିଲେବୋଲି ଲୋକଙ୍କୁ କହୁଥିଲେ । ଏବେ ଅଭିଯୁକ୍ତ ଜଣଙ୍କ ଏକ କମ୍ପାନୀ ପଞ୍ଜୀକୃତ କରିଥିଲା । ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଠକ ଜଣଙ୍କ ବିଜନେସ ଡିଲ ବେଳେ ଷ୍ଟାର ହୋଟେଲକୁ ଡାକି କଥା ହେଉଥିଲା ।

ଏପରିକି ଦାମୀ ଗାଡି ଓ ମୋବାଇଲ ଧରୁଥିଲେ ଏହି ଠକ ଜଣଙ୍କ । ପୂର୍ବରୁ ସମାନ ଧରଣର ଠକେଇ କରି ହ୍ରାଇଦ୍ରାବାଦରୁ ଗିରଫ ହୋଇଥିଲେ ଠକ ପ୍ରଜ୍ଞା । ଗତକାଲି ଠକର ପଟିଆ ଘରେ ରେଡ କରି କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଓ କାର ଜବତ କରିଥିଲା ପୋଲିସ । ଅଭିଯୁକ୍ତ ଜଣଙ୍କ ଏକାଧିକ ଲୋକଙ୍କୁ ଠକେଇ କରିଥିବା ପୋଲିସ ସନ୍ଦେହ କରିଛି । ଅଧିକ ଖୋଳତାଡ ପାଇଁ ୭ ଦିନ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିଛି ଲିଙ୍ଗରାଜ ଥାନା ପୋଲିସ ।

Leave A Reply

Your email address will not be published.