ଚତୁର୍ଥ ଦିନରେ ବି ବିଧାନସଭା ଅଚଳ: ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଚଳିତ ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ମଧ୍ୟରେ ଗତି କରୁଛି । ମମିତା ମେହେର ଘଟଣାକୁ ନେଇ ବିରୋଧୀ ଶାସକ ଦଳକୁ ଘେରିବା ଦ୍ୱାରା ବିଧାନସଭା ଅଚଳ ହୋଇ ପଡିଛି । ଏହି ପରିପ୍ରେକ୍ଷୀରେ ଚତୁର୍ଥ ଦିନ ମଧ୍ୟ ଅଚଳ ହୋଇଛି ବିଧାନସଭା । ବିରୋଧୀଙ୍କ ହଟଗୋଳ ଯୋଗୁଁ ବିଧାନସଭାକୁ ପୁଣି ସୋମବାର ପର୍ଯ୍ୟନ୍ତ ମୁଲବତୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଆଜି ଚତୁର୍ଥ ଦିନରେ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲି ପାରିନଥିଲା ବିଧାନସଭା । ଯାହା ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ । ଅପରାହ୍ନରେ ପୁଣିଥରେ ଗୃହ କାର୍ଯ୍ୟ ଚାଲୁ ହୋଇ ମାତ୍ର ୩ ମିନିଟ୍‌ ଚାଲିଥିବା ବେଳେ ବିରୋଧୀ ପୁଣିଥରେ ଗୃହମଧ୍ୟରେ ହଙ୍ଗାମା କରିଥିଲେ । ଯାହା ଫଳରେ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ସୋମବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

Leave A Reply

Your email address will not be published.