ଉମରକୋଟ ବ୍ଲକର ଐତିହାସିକ ପୀଠ ପୋଡାଗଡ଼ର ପ୍ରାକ ଦଶହରା ଅନୁଷ୍ଠିତ

ଭୁବନେଶ୍ୱର:(ଏସ. ନ୍ୟୁଜ୍‌):ଉମରକୋଟ ବ୍ଲକର ଐତିହାସିକ ପୀଠ ପୋଡାଗଡ଼ର ପ୍ରାକ ଦଶହରା ଅନୁଷ୍ଠିତ ହୋଇଯାଇଛି ।  ଏହି ପରିପ୍ରେକ୍ଷୀରେ ତିନି ମୁଠାର ରଇତ ଯଥା, ପୂଜକ, ସିରାମାନେ ରୁଣ୍ଡ ହୋଇ ଚାଉରିଆ ଓ ବୀର ନାରାୟଣଙ୍କ ପୂଜା ସରିବା ପରେ ୫୫୦ ଫୁଟ ଉଚ୍ଚରେ ଥିବା ରାଜାଙ୍କର ଉପରଗଡ଼ ପାହାଡ଼ ଉପରେ ଗାଦିମାଙ୍କ ଆସ୍ତାନକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଏହି ଇଷ୍ଟଦେବୀଙ୍କ ପାଖରେ ବାମରେ ଖମ୍ବେସ୍ଵରି ଅଷ୍ଟଭୁଜା ଓ ଡାହାଣରେ ବାରଭୁଜା ଦୁର୍ଦ୍ଦାନି ଦେବୀ ବିରାଜିତ।

ରାଜାଙ୍କର ଡଗରା ଡେ଼ବରା ପାଇକଙ୍କ ପାଖରେ ପୂଜା କରାଯାଇଥିଲା । ପୂଜକ କୃଷ୍ଣ ପୁଝାରି ପୂଜାର୍ଚ୍ଚନା କରିଥିଲେ । ତିନି ମୁଠା ହିରାପୁରର ଦେବ ପୁଝାରି,ବୋରିଗଁ ଓ ପରିଆର ପୂଜକମାନେ ଉକ୍ତ ଯାତ୍ରାରେ ଯୋଗ ଦେଇଥିଲେ । ଆସନ୍ତା ମଙ୍ଗଳବାର ଭୈରବ,ଦନ୍ତେଶ୍ବରି,ଗୁଣ୍ଡୁରୁ ଭୈରବଙ୍କ ଠାରେ ଏହି ପର୍ବ ପାଳିତ ହେବ । ଏହାସହ ମହାଳୟା ଠାରୁ ପୋଡାଗଡ଼ର ସମସ୍ତ ମନ୍ଦିର ଯଥା ଦୁର୍ଗା,କଙ୍କାଳୁଣି,ମଙ୍ଗଳା,ମା ପାଟରାଣୀ, ଦନ୍ତେଶ୍ବରୀ ଭୈରବ ମନ୍ଦିରରେ ନବରାତ୍ରି ପୂଜା ଆରମ୍ଭ ହେବ ।

ଉମରକୋଟ ବ୍ଲକର ଐତିହାସିକ ପୀଠ ପୋଡାଗଡ଼ର ପ୍ରାକ ଦଶହରା ଅନୁଷ୍ଠିତ ହୋଇଯାଇଛି । ଏହି ପରମ୍ପରା ବହୁ ପୁରାତନ ପ୍ରଥା ଅନୁସାରେ ଅନୁଷ୍ଠିତ ହୋଇଆସୁଛି । କୃଷ୍ଣପକ୍ଷ ମହାଳୟା ପୂର୍ବରୁ ନଳବଂଶର ରାଜା ପାଳନ କରି ଆସୁଥିବା ପିତୃ ଶ୍ରାଦ୍ଧ ସମୟରେ ସେ ତାଙ୍କର ଇଷ୍ଟ ଦେବୀ ଗାଦିମାଙ୍କର ପୂଜା କରିଥାନ୍ତି ।

ତିନି ମୁଠା ଯଥା, ବୋରିଗାଁ,ପରିଆ ଓ ହିରାପୁରର ଦେବାଦେବୀଙ୍କ ପ୍ରତୀକ ଲାଠି କୁର୍ଚି ଦଶହରା ପଟୁଆରରେ ଯୋଗ ଦେବେ ବୋଲି ଟ୍ରଷ୍ଟ ସଭାପତି ଉଦ୍ଧବ ଚରଣ ନାୟକ ଓ ଉପଦେଷ୍ଟା କୈଳାଶ ଚନ୍ଦ୍ର ବେହେରା ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.