ହସ୍ପିଟାଲରେ ମିଥୁନ ଚକ୍ରବର୍ତ୍ତୀ

ବଲିଉଡ୍ ର ଭେଟରାନ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଜି ସକାଳୁ ମିଥୁନ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ଏଥିପାଇଁ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେଠାରେ ପ୍ରାଥମିକ ସୂଚନା ଅନୁସାରେ, ମିଥୁନ ଆଜି ସକାଳୁ ଅସହଜ ଅନୁଭବ କରିଥିଲେ।

ଏହାପରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ତେଣୁ ତାଙ୍କୁ ହସ୍ପିଟାଲ ନିଆଯାଇଛି। ତେବେ ପ୍ରକୃତରେ ମିଥୁନଙ୍କର କ’ଣ ହୋଇଛି, ସେକଥା କିଛି ବି ଜଣାପଡ଼ିନି। ସମସ୍ତେ ତାଙ୍କ ସ୍ୱାସ୍ୟାବସ୍ଥା ସମ୍ପର୍କିତ ଅପଡେଟ ପାଇଁ ଅପେକ୍ଷା କରିଛନ୍ତି।

ନିକଟରେ ଭାରତ ସରକାର ସିନେମା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ମଥୁନଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ କରିଥିଲେ। ଏହି ସମ୍ମାନ ପରେ ସେ ନିଜକୁ ଗର୍ବିତ ଅନୁଭବ କରୁଥିବା ଗୋଟିଏ ଭିଡିଓ ବାର୍ତ୍ତାରେ କହିଥିଲେ।

Leave A Reply

Your email address will not be published.