ଚିନ୍ତା ବଢ଼ାଇଲା କରୋନାର ନୂଅ। ଭୂତାଣୁ ଓମିକ୍ରନ୍‌: ସାରା ବିଶ୍ୱରେ ଭୟର ବାତାବରଣ

ନୂଅ।।ଦିଲ୍ଲୀ: ପୁଣି ଚିନ୍ତା ବଢ଼ାଇଛି କରୋନା ଭୂତାଣୁ । ଦକ୍ଷିଣ ଆଫ୍ରିକାରୁ ମିଳିଥିବା ଏକ ନୂଆ କରୋନା ଭୂତାଣୁ ଓମିକ୍ରିନକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାର ନମୂନାକୁ ନେଇ ଗବେଷଣା ଜାରି ରହିଥିବା ବେଳେ ଏହାକୁ ନେଇ ସାରା ବିଶ୍ୱ ସମେତ ଭାରତ ସରକାର ମଧ୍ୟ ଚିନ୍ତାବ୍ୟକ୍ତ କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଏହାକୁ ନେଇ ଚିନ୍ତାପ୍ରକଟ କରିଛି । ହୁ ମଧ୍ୟ ଏହାରୁ ଉପରେ ଗବେଷଣା ଆରମ୍ଭ କରି ଦେଇଛି ।

ଦକ୍ଷିଣ ଆଫ୍ରିକାରୁ ମିଳିଥିବା ନୂଆ କରୋନା ଭୂତାଣୁ ଓମିକ୍ରମକୁ ନେଇ ସବୁଠି ଭୟର ବାତାବରଣ । କାରଣ ଡେଲଟା ଭାରିଆଂଟ ଠାରୁ ଏହି ଭୂତାଣୁ ଆହୁରି ବିପଦଜନକ । ଦ୍ରୁତଗତିରେ ଓମିକ୍ରନ କାୟା ବଢ଼ାଇବାରେ ଲାଗିଛି । ଗତ ଏକ ସପ୍ତାହ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଭୂତାଣୁ ଯୋଗୁଁ କରୋନା ସଂକ୍ରମଣ ୨୦୦ ପ୍ରତିଶତରୁ ଅଧିକ ବଢ଼ି ଯାଇଛି । ଭୂତାଣୁର ବିପଦକୁ ନଜରରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ) ଏହାକୁ ଭାରିଆଂଟ ଅଫ୍‌ କର୍ସନ କାଟାଗୋରୀରେ ରଖିଛି ।

Leave A Reply

Your email address will not be published.