ପୌର ପରିଷଦ ବୈଠକରେ ଆତଙ୍କବାଦୀ ଆକ୍ରମଣ, କାଉନସିଲର ଓ ପୋଲିସ ମୃତ

ଶ୍ରୀନଗର:ଜମ୍ମୁ-କାଶ୍ମୀରର ସୋପୋର ଅଞ୍ଚଳରେ ଆତଙ୍କବାଦୀଙ୍କ ବଡ଼ ଆକ୍ରମଣ । ସୋପୋରରେ ବିଡିସି ଅଧ୍ୟକ୍ଷ ଫରିଦା ଖାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଆତଙ୍କବାଦୀଙ୍କ ଆକ୍ରମଣରେ ସ୍ଥାନୀୟ ବିଜେପି କାଉନସିଲର ରିୟାଜ ଅହମଦଙ୍କ ସହ ପୋଲିସ ଅଧିକାରୀ ସଫକତ ଅହମଦଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ କାଉନସିଲର ଶାମସ ଉଦ-ଦିନ ପୀର ଗୁରୁତର ଆହତ ହୋଇଛନ୍ତି । ସୁରକ୍ଷାକର୍ମୀ ଅଞ୍ଚଳକୁ କର୍ଡନ କରି ନେଇଥିବା ବେଳେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

Leave A Reply

Your email address will not be published.