ଖୋର୍ଦ୍ଧାରେ ହତ୍ୟାକାଣ୍ଡ: ୪ଜଣଙ୍କୁ ଅଟକ ରଖିଛି ପୋଲିସ

ଖୋର୍ଦ୍ଧା:  (ଏସ. ନ୍ୟୁଜ୍‌): ଖୁଦୁରୁକୁଣିରେ ଡିଜେ ସାଉଣ୍ଡକୁ ନେଇ ବିବାଦ ପରେ ଜଣକୁ ହତ୍ୟା । ଏମତି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଟାଙ୍ଗିସାହିରେ । ପଡ଼ୋଶୀଙ୍କ କଟୁରି ଚୋଟରେ ଗାଁର ବୈକୁଣ୍ଠ ବେହେରାଙ୍କ ମୃତ୍ୟୁ ହୋଇଛି । ଖୁଦୁରୁକୁଣୀ ପାଳନବେଳେ ଡିଜେ ସାଉଣ୍ଡକୁ ନେଇ ବୈକୁଣ୍ଠ ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ବିବାଦ ଉଗ୍ର ରୂପ ନେବାପରେ ବୈକୁଣ୍ଠକୁ କଟୁରିରେ ଆକ୍ରମଣ କରିଥିଲେ ପଡ଼ୋଶୀ ।ଗୁରୁତର ଅବସ୍ଥାରେ ବୈକୁଣ୍ଠକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଉଭୟ ପକ୍ଷର ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ସାଇଣ୍ଟିଫିକ ଟିମ ପହଞ୍ଚି ହତ୍ୟାରେ ବ୍ୟବହୃତ ସାମଗ୍ରୀ ସହିତ ରକ୍ତ ଭିଜା ଲୁଗା ଜବତ କରିଛି ।

Leave A Reply

Your email address will not be published.