ରାଜଧାନୀରୁ ପୁଣି ୭୦ ଗ୍ରାମ ବ୍ରାଉନସୁଗାର ଜବତ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌):   ରାଜଧାନୀରୁ ପୁଣି ୭୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିବା ବେଳେ ଜଣେ ବେପାରୀ ଗିରଫ ହୋଇଛି । ଜବତ ବ୍ରାଉନସୁଗରର ଆନୁମନିକ ମୁଲ୍ୟ ୭ ଲକ୍ଷ ଟଙ୍କା ହେବ । ଭରତପୁର ଅଞ୍ଚଳରୁ ଭାଗିରଥୀ ସାହୁକୁ ଗିରଫ କରିଛି ପୋଲିସ । ତାଠାରୁ ଗୋଟିଏ ଚୋରା ବନ୍ଧୁକ ଓ 5ଟି ଗୁଳି ଜବତ ହୋଇଛି । ବ୍ରାଉନସୁଗର ବେପାର ବେଳେ ସୁରକ୍ଷା ପାଇଁ ବନ୍ଧୁକ ରଖିଥିଲା ଅଭିଯୁକ୍ତ । ଚୋରା ବନ୍ଧୁକ ନେଇ ପୋଲିସର ଖୋଲତାଡ଼ ଚାଲିଥିବା ବେଳେ ରାକେଟରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ପୋଲିସ ପଚରା ଉଚରା କରୁଛି ।

Leave A Reply

Your email address will not be published.