ଅସ୍ତରଙ୍ଗ ସମୁଦ୍ର କୂଳରୁ ଡଲଫିନ୍ ମୃତଦେହ ଉଦ୍ଧାର

ଅସ୍ତରଙ୍ଗ ପୀରଜାହାନିଆ ସମୁଦ୍ର କୂଳରୁ ଏକ ବଟଲନୋଜ ପ୍ରଜାତିର ମୃତ ଡଲଫିନ ଉଦ୍ଧାର ହୋଇଛି । ମୃତ ଡଲଫିନିଟି ପାଖାପାଖି ୩ ଫୁଟରୁ ଅଧିକ ଲମ୍ବର ହୋଇଥିବାବେଳେ ଏହାର ଓଜନ ପ୍ରାୟ ୨୦ କେଜି ହେବ । ସମୁଦ୍ର ଭିତରେ ଟ୍ରଲର ମାଡ଼ରେ ଡଲଫିନର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ସ୍ଥାନୀୟ ଲୋକ ମୃତ ଡଲଫିନ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର ଡଲଫିନର ମୃତ ଦେହକୁ ଉଦ୍ଧାର କରି ତଦନ୍ତ କରୁଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ଯୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନ ବିଭାଗ କହିଛି ।

Leave A Reply

Your email address will not be published.