ସିଦ୍ଧାନ୍ତ ଓ ଭର୍ତ୍ତୃହରି ବିଗ୍ ଜିରୋ, ୱାର୍ଡ ମେମ୍ବର ହେବା ପାଇଁ ଯୋଗ୍ୟ ନୁହଁନ୍ତି: ମୁନା ଖାଁ

ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଥିବା ସିଦ୍ଧାନ୍ତ ମହାପାତ୍ର ଏବଂ ଭର୍ତ୍ତୃହରି ମହତାବଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା ମୁନା ଖାଁ । ଉଭୟଙ୍କୁ ବିଗ୍ ଜିରୋ କହିବା ସହ ନବୀନଙ୍କ ବିନା ଓ୍ବାର୍ଡ ମେମ୍ବର ହେବାକୁ ବି ଯୋଗ୍ୟ ନୁହଁନ୍ତି ବୋଲି କହି କଟାକ୍ଷ କରିଛନ୍ତି ମୁନା ।

ସେ କହିଛନ୍ତି, ଜଣେ ୨୬ ବର୍ଷ ଓ ଅନ୍ଯ ଜଣେ ୧୦ ବର୍ଷ ସାଂସଦ ଥିଲେ । ଦୁଇ ଜଣ ଯାକ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୟା ଓ ଆଶୀର୍ବାଦରୁ ସାଂସଦ ହୋଇଥିଲେ । ମୁଖ୍ଯମନ୍ତ୍ରୀଙ୍କୁ ଛାଡ଼ି ଦେଲେ ଗୋଟେ ୱାର୍ଡ ମେମ୍ବର ହେବା ପାଇଁ ଯୋଗ୍ୟ ନୁହଁନ୍ତି, ବିଗ୍ ଜିରୋ । ସେମାନେ ଧୋକବାଜି କରିଛନ୍ତି । ମୁଖ୍ଯମନ୍ତ୍ରୀଙ୍କ ଭଳି ନିରୀହ ଲୋକ ତାଙ୍କ ଉପରେ ଦୟା କରିଥିଲେ । ମୁଁ ସେବେ ବି ବିରୋଧ କରିଥିଲି ରିପିଟ ନକରିବାକୁ । ଗୋଟିଏ ଦିନ ସଂସଦରେ ପ୍ରଶ୍ନଟିଏ ପଚାରିନାହାନ୍ତି । ଯେଉଁଠି ଯୋଗ ଦେଇଛନ୍ତି ସେମାନେ ପରେ ବୁଝିବେ ।

ସୂଚନାଯୋଗ୍ୟ, ୨୨ ତାରିଖରେ ବିଜେଡିରୁ ଇସ୍ତଫା ଦେବା ପରେ ଆଜି ବିଜେପିରେ ମିଶିଛନ୍ତି ଭର୍ତ୍ତୃହରି ମହତାବ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳୀୟ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଛନ୍ତି । ସେହିପରି ଅଭିନେତା ତଥା ପୂର୍ବତନ ଲୋକସଭା ସାଂସଦ ସିଦ୍ଧାନ୍ତ ମହାପାତ୍ର ଏବଂ ସାହିତ୍ୟିକ, ସମାଜସେବୀ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପ୍ରଫେସର ଦମୟନ୍ତୀ ବେସ୍ରା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ସିଦ୍ଧାନ୍ତ ମହାପାତ୍ର ଦୁଇ ଥର ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.