ଗ୍ରୀଷ୍ମଲହରୀ ଜାରି, ଅସ୍ତବ୍ୟସ୍ତ ଜନଜୀବନ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମଲହରୀ ଜାରି ରହିଛି। ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ମେ 19 ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବାବେଳେ ତାତିରୁ ସାମାନ୍ୟ ତ୍ରାହି ମିଳିବ। ଏଥି ସହିତ ଏହି ଲଘୁଚାପ ମୌସୁମୀ ବାୟୁକୁ ସକ୍ରିୟ କରିବ। ଆସନ୍ତା ୧୬, ୧୭, ୧୮ ଓ ୧୯ରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେହିପରି ରାଜ୍ୟର କେତେକ ସହରରେ ତାପମାତ୍ରା 40ଡିଗ୍ରୀ ଉପରେ ରହିଥିବା ବେଳେ 24ଘଣ୍ଟା ମଧ୍ୟରେ କେତେକ ସ୍ଥାନରେ କାଳବୈଶାଖିର ସମ୍ଭାବନା ରହିଛି। ଉପକୂଳ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡିଶାର 9ଟି ଜିଲ୍ଲାରେ ଝଡତୋଫାନ ସହ ବଜ୍ରପାତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଏହି ସମୟରେ ପବନର ବେଗ 40ରୁ 50କିମି ବେଗ ରହିବ ବୋଲି ପାଣିପାଗ ବିଜ୍ଞାନୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.