ଆଖି ବୁଜିଲା ପୋଷା ଦନ୍ତା ନନ୍ଦ

ଭୁବନେଶ୍ୱର : ଆଖି ବୁଜିଲା ପୋଷା ଦନ୍ତା ନନ୍ଦ । ଚନ୍ଦକା ଅଭୟାରଣ୍ୟରେ ଅସୁସ୍ଥ ଥିବାରୁ ନନ୍ଦକୁ ବଞ୍ଚାଇବାକୁ ଚିକିତ୍ସକଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର କାରଣ ଜଣାପଡିବ । ପୂର୍ବରୁ ହାତୀଟି ନନ୍ଦନକାନନରେ ଥିଲା ।

ଶନିବାରଠାରୁ ନନ୍ଦ ହଠାତ ଅସୁସ୍ଥ ହୋଇପଡିଥିଲା ଏବଂ ଅଟାନକ ଟଳିପଡିଥିଲା । ଛାଟିପିଟି ହୋଇ ଉଠିବାକୁ ଚେଷ୍ଟା କରିଲେ ବି ଉଠିପାରିନଥିଲା । ରବିବାର ଓୟୁଏଟି ପ୍ରାଣୀ ବିଭାଗ ବିଶେଷଜ୍ଞ ଚିକିତ୍ସକ ଚନ୍ଦକାକୁ ଯାଇ ନନ୍ଦର ସ୍ୱାସ୍ଥ୍ୟ ନିରିକ୍ଷଣ କରି ଚିକିତ୍ସା କରିଥିଲେ । ନନ୍ଦକୁ ସାଲାଇନ ଓ ଇଞ୍ଜେକସନ ଦିଆଯାଇଥିଲା । ହେଲେ ତାର ସ୍ୱାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଆସିନଥିଲା । ଶେଷରେ ଆଖି ବୁଜିଛି ନନ୍ଦ । 

Leave A Reply

Your email address will not be published.