ଓମିକ୍ରନ କରୋନାର ଶେଷ ଭାରିଆଣ୍ଟ ନୁହେଁ: ମ୍ୟୁଟେସନ୍‌ ଯୋଗୁଁ ନୂଆ ନୂଆ ଭାରିଆଣ୍ଟ ଆସିପାରନ୍ତି : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ: ଦେଶ ତଥା ସାରା ବିଶ୍ୱରେ ବଢ଼ୁଥିବା ଓମିକ୍ରନ ମାମଲାକୁ ଲକ୍ଷ୍ୟ କରି ଟିକାକରଣକୁ ଜୋରଦାର କରିବା ଏବଂ ମାସ୍କ ପିନ୍ଧିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏଥିସହିିିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ବୈଷୟିକ ବିଭାଗ ମୁଖ୍ୟ ମାରିଆ ଭ୍ୟାନ୍‌ କ୍‌ରେକୋଭେ କହିଛନ୍ତି ଯେ, ଓମିକ୍ରନ କରୋନାର ଶେଷ ନୁହଁ । ଏହା ପରେ ମଧ୍ୟ ମ୍ୟୁଟେସନ୍‌ ଯୋଗୁଁ ନୂଆ ନୂଆ ଭାରିଆଣ୍ଟ ଆସିପାରନ୍ତି ।

ସାରା ବିଶ୍ୱରେ ଭ୍ୟାକ୍ସିନେସନ୍‌ ବଢ଼ାଇବା ଯଥେଷ୍ଟ ହେବ ନାହିଁ ବରଂ ଏହାର ସଂକ୍ରମଣ ରୋକିବା ଦିଗରେ ମଧ୍ୟ ସତର୍କତା ଅବଲମ୍ୱନ କରିବାକୁ ପଡ଼ିବ । କରୋନାର ଭୂତାଣୁର ଏହି ନୂଆ ଭାରିଆଣ୍ଟ ଓମିକ୍ରନ କରୋନାର ଶେଷ ନୁହଁ । ଏଯାବତ୍‌ ସାରା ବିଶ୍ୱରେ ମୋଟ ୧୦ ବିଲିୟନ୍‌ ଟିକାକରଣ ସରିଛି । ଏବେ ମଧ୍ୟ ୩ ବିଲିୟନ୍‌ ଲୋକେ ଅଛନ୍ତି ଯେଉଁମାନେ କରୋନାର ପ୍ରଥମ ଡୋଜ୍‌ ପାଇବେ ।

ଓମିକ୍ରନ କରୋନା ଭୂତାଣୁର ଶେଷ ଭାରିଆଣ୍ଟ ନେଇ ହେଉଥିବା ଚର୍ଚ୍ଚାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ମାରିଆ । ତେବେ ଏହା ଡେଲ୍ଟା ଭାରିଆଣ୍ଟ ଠାରୁ ଲୋକଙ୍କୁ କମ୍‌ ଗୁରୁତର କରେ । ତଥାପି ଟିକା ନେଇନଥିବା ଏବଂ ଅନ୍ୟାନ୍ୟ ରୋଗ ଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁଥିବା ସେ କହିଛନ୍ତି । ଏଥିସହିତ ଆଗାମୀ ଦିନରେ ଯେଉଁ ବି ଭାରିଆଣ୍ଟ ଆସିବା ତାହା ପୂର୍ବ ଭାରିଆଣ୍ଟ ଗୁଡ଼ିକ ଅପେକ୍ଷା କମ୍‌ କ୍ଷତିକାରକ ହେବ ବୋଲି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ଏହାର କେ?ଣସି ଗ୍ୟାରେଣ୍ଟି ନାହିଁ ବୋଲି କହିଛନ୍ତି । ହେଇପାରେ ଆଗାମୀ ଦିନରେ ଯେଉଁ ଭାରିଆଣ୍ଟ ଆସିବ ତାହା ଆମକୁ କରୋନା ଭ୍ୟାକ୍ସିନରୁ ସୃଷ୍ଟି ହେଉଥିବା କବଚକୁ ମଧ୍ୟ ଭେଦ କରିପାରେ ବୋଲି ସତର୍କ କରାଇ ଦେଇଛନ୍ତି ।

Leave A Reply

Your email address will not be published.