ଦଶମ ଓ ଦ୍ୱାଦଶ ପରୀକ୍ଷା ହେବାର ଯଥେଷ୍ଟ ସମ୍ଭାବନା: ଛାତ୍ରଛାତ୍ରୀ ପ୍ରସ୍ତୁତ ରହିବାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ରାଜ୍ୟରେ ଦଶମ ଓ ଦ୍ୱାଦଶ ପରୀକ୍ଷା ହେବାର ଯଥେଷ୍ଟ ସମ୍ଭାବନା ଅଛି । ଏଥିପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ରହିବାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରାମର୍ଶ ଦେଇଛନ୍ତି । ପରୀକ୍ଷା ହେବା ନେଇ ରାଜ୍ୟ ସରକାର ଯଥେଷ୍ଟ ଆଶାବାଦୀ । ପରୀକ୍ଷା ଠିକ ସମୟରେ ହୋଇ ଫଳାଫଳ ବାହାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଶା ପ୍ରକାଶ କରିଛନ୍ତି ।

ରାଜ୍ୟରେ ଦଶମ ସମ୍ମ?ଟିଭ ପରୀକ୍ଷା ସରିଛି । ଏବେ ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହେଉଛି । ପରିସ୍ଥିତି ଉପରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦୃଷ୍ଟି ଆକର୍ଷଣ ରଖିଛନ୍ତି । ଯଦି ସ୍ଥିତି ଖରାପ ହୁଏ, ରାଜ୍ୟ ସରକାର ବିକଳ୍ପ ଚିନ୍ତା କରିବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

Leave A Reply

Your email address will not be published.