ଜଙ୍ଗଲ, ବ୍ୟାଙ୍କ ଓ ରେଲୱେ ଷ୍ଟାଫ ଆଗଧାଡ଼ି କର୍ମଚାରୀଙ୍କୁ ଟିକାକରଣରେ ଦିଆଯିବ ପ୍ରାଧାନ୍ୟ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌): ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଷ୍ଟେଟ୍ ଷ୍ଟିୟରିଂ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କରୋନା ଟିକାକରଣରେ ଆଉ କିଛି ବିଭାଗର କର୍ମଚାରୀଙ୍କୁ ଆଗଧାଡ଼ିର କର୍ମଚାରୀ ମାନ୍ୟତା ଦିଆଯାଇ ପ୍ରାଧାନ୍ୟ ଦିଆଯାଇଛି । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି ।

  • ବନ ବିଭାଗ କର୍ମଚାରୀ ଏବଂ ଫରେଷ୍ଟ ଗାର୍ଡ
  • ବ୍ୟାଙ୍କିଂ ଷ୍ଟାଫ୍, ଜୀବନ ବୀମା କମ୍ପାନୀ, ଆର୍ଥିକ ନେଣଦେଣ ସଂସ୍ଥାର କର୍ମଚାରୀ, ଏଟିଏମ୍ ପରିଚାଳନାରେ ଜଡ଼଼ିତ କର୍ମଚାରୀ,
  • ରେଲୱେ ଷ୍ଟାଫ
  • ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଚାଇଲ୍ଡ ଲାଇନ୍ କର୍ମଚାରୀ, ୧୮୧ ହେଲ୍ପଲାଇନ୍ କର୍ମଚାରୀ, ୱାନ୍ ଷ୍ଟପ୍ ସେଣ୍ଟର କର୍ମଚାରୀ
  • ଅକ୍ସିଜେନ୍ ପ୍ଲାଣ୍ଟ କର୍ମଚାରୀ
  • ଫିଲିଂ ଷ୍ଟେସନ୍ କର୍ମଚାରୀ, କଲ୍ ସେଣ୍ଟର କର୍ମଚାରୀ

ଏମାନଙ୍କ ସହ ସରକାରୀ ପଶୁ ଡାକ୍ତର, ଏଲ୍ଆଇ, ପାରା-ଭେଟେନାରିଆନଙ୍କୁ ଆଗଧାଡ଼ି କର୍ମଚାରୀ ଭାବେ କୋଭିଡ୍ ଟିକାକରଣରେ ପ୍ରାଥମିକତା ଦିଆଯିବ । ତେବେ ପ୍ରଥମେ ଦ୍ୱିତୀୟ ଡୋଜ୍ ଟିକା ପାଇଁ ଅପେକ୍ଷା କରିଥିବା ବ୍ୟକ୍ତି ଭ୍ୟାକ୍ସିନ୍ ନେବେ । ଟିକାର ଉପଲବ୍ଧତା ଆଧାରେ ଭ୍ୟାକ୍ସିନ୍ ଦେବାକୁ ନିର୍ଦ୍ଦେଶ ରହିଛି ।

Leave A Reply

Your email address will not be published.