୨ ବର୍ଷରୁ ଅଧିକ ବୟସର ଛୁଆ ପିନ୍ଧିବେ ମାସ୍କ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌): ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ ମାମଲା । କରୋନାର ଦ୍ୱିତୀୟ ପ୍ରବାହକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଡଭାଇଜରୀ ଜାରି କରିଛି । ଆଡଭାଇଜରୀ ଅନୁସାରେ, ଗର୍ଭବତୀ ଓ ଶିଶୁଙ୍କ ପାଇଁ ସମସ୍ତ ପ୍ରକାର ଟିକାକରଣ ଜାରି ରହିବ । କୋଭିଡର ଦ୍ୱିତୀୟ ଲହରରେ ଛୁଆ ବି ସଂକ୍ରମିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ୨ ବର୍ଷରୁ ଅଧିକ ବର୍ଷର ଛୁଆଙ୍କୁ ଘରୁ ବାହାରକୁ ନେବା ବେଳେ ମାସ୍କ ପିନ୍ଧାଇବାକୁ ପରାମର୍ଶ ଦିଆଯାଇଛି ।

ଏଥିସହ ଚଳିତ ଲହରରେ ଡାଇରିଆ, ବାନ୍ତି, ପେଟ ବ୍ୟଥା ଭଳି ନୂଆ ଲକ୍ଷଣ ଦେଖାଦେଉଛି । ପୂର୍ବରୁ ଥଣ୍ଡା, କଫ, ଜର, ସ୍ୱାଦ ଓ ଗନ୍ଧ ବାରି ନପାରିବା ଆଦି ଲକ୍ଷଣ ଦେଖା ଦେଉଥିଲା । ଯ କୌଣସି ବୟସର, ଯେ କୌଣସି ବ୍ୟକ୍ତିଙ୍କ ଠାରେ ଲକ୍ଷଣ ଦେଖା ଗଲେ ତୁରନ୍ତ ଟେଷ୍ଟିଂ କରି ଆଇସୋଲେସନରେ ରହିବାକୁ କୁହାଯାଇଛି ।

ଏଥିସହ ୨୦ ସେକେଣ୍ଡ ପରିବର୍ତ୍ତେ ସାବୁନରେ ୪୦ ସେକେଣ୍ଡ ଯାଏ ହାତ ଧୋଇବାକୁ କୁହାଯାଇଛି । ଆବଶ୍ୟକ ନଥିଲେ ମୁହଁ, ନାକ ଓ ଆଖିକୁ ଛୁଇଁବାରୁ ଦୂରେଇ ରୁହନ୍ତୁ । ୧୮ ବର୍ଷରୁ ଅଧିକ ସମସ୍ତ ବୟସ୍କଙ୍କୁ କୋଭିଡ୍ ଟିକା ଉପରେ ଗୁରୁତ୍ୱ ଦିଆଯାଇଛି ।

Leave A Reply

Your email address will not be published.